କନ୍ଧମାଳ ସନ୍ତାନ

Breaking News

ସରକାରୀ ଆଶ୍ରମ ବିଦ୍ୟାଳୟରେ ରାଗିଂ, ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ହେଲା ଭାଇରାଲ୍….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ  ସରକାରୀ ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଆଜି ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ବିଦ୍ୟାଳୟ ହଷ୍ଟେଲରେ ଚାରିଜଣ ଛାତ୍ର  ୭ମ ଶ୍ରେଣୀର ୪ଜଣ ଯୁନିୟର ଛାତ୍ରଙ୍କୁ ମାଡ଼ ମାରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଚାରିଜଣ ଛାତ୍ରଙ୍କୁ ବିଦ୍ୟାଳୟ ହଷ୍ଟେଲରୁ ବାହାର କରିଦିଆଯାଇଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ । ଘଟଣାର ସଠିକ୍ ତଦନ୍ତ ଏବଂ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଅଭିଭାବକ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି । ସେପକ୍ଷରେ ଘଟଣାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ବିଦ୍ୟାଳୟ ପରିସରରେ ଆଲୋଚନା ଚାଲିଥିବା ଜଣାପଡ଼ିଛି । ଅଭିଭାବକମାନେ ମାଡ଼ ମାରିଥିବା ଛାତ୍ରମାନଙ୍କୁ  ସ୍କୁଲରୁ ବହିଷ୍କାର  ଦାବି କରିବା ସହିତ ସେମାନେ ଯେଭଳି କୌଣସି ସ୍କୁଲରେ ପାଠ ପଢି ପାରିବେ ନାହିଁ ବୋଲି ଦାବି କରିଛନ୍ତି l ଅପର ପକ୍ଷରେ ସ୍କୁଲରେ ଉଭୟ ଛାତ୍ରଛାତ୍ରୀଙ୍କ ଅଭିଭାବକ ମଧ୍ୟରେ  ସ୍କୁଲ କର୍ତ୍ତୃପକ୍ଷ  ଆପୋଷ ବୁଝାମଣା କରିବା ପାଇଁ  ସ୍କୁଲରେ ସ୍କୁଲ ପରିଚାଳନା କମିଟି ପକ୍ଷରୁ  ବୈଠକ   କରାଯାଇଛି ବୈଠକରେ କଣ ନିଷ୍ପତ୍ତି ବାହାରିବ ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି l

Related news

Skip to toolbar