କନ୍ଧମାଳ ସନ୍ତାନ

Breaking News

ନେହରୁ ଯୁବ କେନ୍ଦ୍ର ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ କାର୍ଯ୍ୟକ୍ରମ ଆୟୋଜିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ GNM କଲେଜ୍ ସଭା ଗୃହ ଗୁଦାରି ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ GNM କଲେଜ୍ ଗୁଦାରିର ମୁଖ୍ୟ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ GNM କଲେଜ୍ ର ଅଧକ୍ଷ ସଙ୍ଘମିତ୍ର ସିଂ, ରଶ୍ମିତା ଜେନା ଅଧ୍ୟାପକ, ଦେବବ୍ରତ ଜେନା ଅଧ୍ୟାପକ,ଗୁଦାରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମି ରେଖା ପ୍ରଧାନ, ଯୋଶବନ୍ତୀ ଘଟାଲ, ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛା ସେବୀ ଚନ୍ଦ୍ର ମଣି ଦେହୁରୀ, ରୀତିମା ବାଘ ପ୍ରମୁଖ ଯୋଗ ଦେଇଥିଲେ l ଅନୁଷ୍ଟି ତ କାର୍ଯ୍ୟକ୍ରମକୁ କଲେଜ୍ ଛାତ୍ର ଛାତ୍ରୀ ଏବଂ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛା ସେବୀ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କ ର ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l ଏଥିରେ ହେଲନ ଶେଖର ବେହେରା ପ୍ରଥମ, ଋତୁପୂର୍ଣ୍ଣ ବିଶୋଇ ଦ୍ୱିତୀୟ ଏବଂ କୁନ୍ତଳା ବେହେରା ତୃତୀୟ ହୋଇ ଥିଲେ l ମୁଖ୍ୟ ଅତିଥି ଅନୁଷ୍ଟିତ ହେଉଥିବା ଦିବସ ର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ l ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ରୀମାନଙ୍କୁ ସ୍ୱାଗତ କରିଥିବା ବେଳେ ଚନ୍ଦ୍ରମଣି ଦେହୁରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l

Related news

Skip to toolbar