କନ୍ଧମାଳ ସନ୍ତାନ

Breaking News

ବିଦ୍ୟାଳୟ ପରିସରକୁ ସାମ୍ୱାଦିକ ପ୍ରବେଶ ବାରଣକୁ ବିରୋଧ କରି ବାଲିଗୁଡ଼ା ପ୍ରେସ କ୍ଳବ ପକ୍ଷରୁ ଦାବିପତ୍ର ପ୍ରଦାନ……..

କନ୍ଧମାଳ ସନ୍ତାନ(ବ୍ୟୁର): ବିଦ୍ୟାଳୟ ହତା ମଧ୍ୟକୁ ସାମ୍ବାଦିକଙ୍କୁ ମନା ହୋଇ ଥିବା ଘଟଣାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ସରକୁରାଲ ଜାରି ହେବାପରେ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଘୋର ଅସମ୍ମାନ ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ମଧ୍ୟ ଉଦବେଗ ପ୍ରକାଶ ପାଇବା ସହ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି I ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସ ଗଣ ମାଧ୍ୟମରେ ଅରୁଚିକର ମନ୍ତବ୍ୟ ପ୍ରତିବାଦ ଓ ସରକାରୀ ନିୟମକୁ ଅତିଶୀଘ୍ର ପ୍ରତ୍ୟାହୃତ ଦାବୀ ନେଇ ବାଲିଗୁଡା ପ୍ରେସ କ୍ଲବ ପକ୍ଷରୁ ପିଡବ୍ଲୁଡି ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଉପ ଜ଼ିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି I ତୁରନ୍ତ ଏହା ପ୍ରତ୍ୟାହୃତ କରାନଗଲେ ଆଗାମୀ ଦିନରେ ସାମ୍ବାଦିକଙ୍କ ପକ୍ଷରୁ ସରକାରୀ କାର୍ଯ୍ୟକ୍ରମରେ ଅସହ ଯୋଗ ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ପ୍ରେସ କ୍ଲବର ସାମ୍ବାଦିକ ମାନେ ଚେତାବନୀ ଦିଆଯାଇଛି l ବରିଷ୍ଠ ସାମ୍ବାଦିକ ଅଜିତ କୁମାର ନାୟକଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ରାୟ, ପ୍ରମୋଦ ଦଣ୍ଡସେନା, ସୁବ୍ରତ କୁମାର ମାଝୀ, ସରୋଜ ବଳିୟାର ସିଂ, ସୁରେଶ କୁମାର ପତି, ରାମନନ୍ଦ ଘଡ଼ାଇ, ସତ୍ୟ ନାରାୟଣ ପଣ୍ଡା, ଇସାକ ପ୍ରଧାନ, ରାଜୀବ ମୁଠାମାଝୀ, ତାପସ କୁମାର ନାୟକ ଓ ଟିକି ଦାଣ୍ଡିଆ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ I

Related news

Skip to toolbar