କନ୍ଧମାଳ ସନ୍ତାନ

Breaking News

କନ୍ଧମାଳ ଜ଼ିଲ୍ଲାରେ କଳାକାର ଚୟନ ପ୍ରକ୍ରିୟା ଶେଷ…….

କନ୍ଧମାଳ ସନ୍ତାନ(ବ୍ୟୁର): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କନ୍ଧମାଳ ଜ଼ିଲ୍ଲାରେ କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି l ପୂର୍ବରୁ ଲୋକ ଲୋକକଳା ଦଳ ଇ-ରେଜିଷ୍ଟେସନ ମାଧ୍ୟମରେ ପଞ୍ଜିକରଣ କରିଥିଲେ l ଗାନ୍ଧୀ ସ୍ମୃତି ଭବନ ରେ ଆୟୋଜିତ ଦୁଇ ଦିନିଆ ଅଡିସନ ରେ ସମୁଦାୟ 34 ଟି ଲୋକ ସଂସ୍କୃତି ଦଳ ଅଂଶ ଗ୍ରହଣ କରି କଳା ପ୍ରଦର୍ଶନ କରିଥିଲେ l ଅଡିସନ ରେ ଆଦିବାସୀ ନୃତ୍ୟ ଡାକୁଲ ନୃତ୍ୟ, ପାଲା ଦାସ କାଠିଆ, ରାଧା ପ୍ରେମଲୀଳା କୀର୍ତ୍ତନ ସଚେତନ ନାଟକ ସ୍ଥାନ ପାଇଥିଲା l ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଏବଂ ଜ଼ିଲ୍ଲା କଳା ସଂସ୍କୃତି ସଂଘର ଉପ-ସଭାପତି ଅକ୍ଷୟ କୁମାର କର୍ଣ୍ଣ ସଫଳ ଭାବେ କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲେ l ବିଚାରକ ଭାବେ କୁଇ ସଂସ୍କୃତି ଗବେଷକ ପ୍ରଦୀପ କୁମାର କହଁର, ମହେଶ୍ୱର ପ୍ରଧାନ, ଶରତ ଚନ୍ଦ୍ର ପଟ୍ଟନାୟକ ଥିବା ବେଳେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ରମେଶ ଚନ୍ଦ୍ର ସାହୁ l ଜ଼ିଲ୍ଲା ପରମ୍ପରୀକ ଲୋକ କଳା ସଂସ୍କୃତି ସଂଘର ଡାକୁଲ ନୃତ୍ୟ ଦର୍ଶକ ଓ ବିଚାରକଙ୍କ ମନକୁ ମୋହିତ କରିଥିଲା l

Related news

Skip to toolbar