କନ୍ଧମାଳ ସନ୍ତାନ

Breaking News

ଘରକୁ ଫେରିବା ବାଟରୁ ଶ୍ରମିକ ନିଖୋଜ ଅଭିଯୋଗ……

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ସ୍ଥାନୀୟ ମରିଆ ପଲ୍ଲୀ ସାହିର ରାଜେନ୍ଦ୍ର ଦନା ବିଶୋଇ ଶୁକ୍ରବାର ଠାରୁ ନିଖୋଜ ଥିବା ନେଇ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ସୁଚନା ଅନୁସାରେ ଶ୍ରୀ ଦନା ବିଶୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ଘରକୁ ଫେରୁଥିଲେ । ସେ ତାମିଲନାଡୁର କୈମଧୁର ଷ୍ଟେସନରୁ ଟ୍ରେନ ଯୋଗେ ବିଜୟ ୱାଡା ପର୍ଯ୍ୟନ୍ତ ଆସିଥିଲେ । ପରେ ସେଠାରୁ ଦିନ ୧୨ଘଣ୍ଟା ସମୟରେ ଅନ୍ୟ ଏକ ଟ୍ରେନ ଯୋଗେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ସେଲିନା ଦନା ବିଶୋଇଙ୍କ ସହ ଫୋନ ଯୋଗାଯୋଗ ହୋଇଥିଲା । ସେ ରାତ୍ରୀ୧୦ଘଣ୍ଟା ରେ ବ୍ରହ୍ମପୁର ଷ୍ଟେସନ ରେ ପହଞ୍ଚିବେ ବୋଲି କହିଥିଲେ । ତାର କିଛି ସମୟ ପରେ ବାରମ୍ବାର ସ୍ୱାମୀଙ୍କ ମୋବାଇଲକୁ ଫୋନ କରିଥିଲେ ବି ତାଙ୍କ ଫୋନ ସ୍ୱିଚ ଅଫ ଥିବାରୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ରାଜେନ୍ଦ୍ରଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ସ୍ତ୍ରୀ ବ୍ରହ୍ମପୁର ଷ୍ଟେସନକୁ ଯାଇ ସ୍ଵାମୀଙ୍କ ଆସିବା ବାଟକୁ ଚାହିଁ ବସିଥିଲେ । ସ୍ଵାମୀ ପହଞ୍ଚିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା କରି ଘରକୁ ଆସିବା ଯୋଜନାରେ ସେ ଅପେକ୍ଷା କରିଥିଲେ । ସ୍ୱାମୀଙ୍କ କହିବା ସମୟ ଅନୁଯାୟୀ ନ ପହଞ୍ଚିବାରୁ ନିରାଶ ହୋଇ ଗାଁକୁ ଫେରିଥିଲେ । ଶେଷରେ ବାଧ୍ୟ ହୋଇ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ରାଜେନ୍ଦ୍ର ଙ୍କ ବୟସ ପ୍ରାୟ ୩୫ ବର୍ଷ , ଉଚ୍ଚତା ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ, ହେହର ରଙ୍ଗ ଶ୍ୟାମଳ, ସେ ବାହାରିବା ସମୟରେ ହଳଦିଆ ରଙ୍ଗର ସାର୍ଟ ଓ କଳା ରଙ୍ଗର ପେଣ୍ଟ ପିନ୍ଧିଥିଲେ । ସେ 7387003234 ମୋବାଇଲ ନଂ ବ୍ୟବହାର କରୁଥିଲେ । ଏଣୁ ଯେକୌଣସି ବ୍ୟକ୍ତି ରାଜେନ୍ଦ୍ରଙ୍କ ସନ୍ଧାନ ପାନ୍ତି ତେବେ ସ୍ଥାନୀୟ ପୁଲିସ ଷ୍ଟେସନରେ କିମ୍ବା ତାଙ୍କ ପରିବାରର 8895881850 ନଂ କୁ ଯୋଗାଯୋଗ କରି ସୂଚନା ଦେବାକୁ ତାଙ୍କ ସ୍ତ୍ରୀ ନିବେଦନ କରିଛନ୍ତି ।

Related news

Skip to toolbar