କନ୍ଧମାଳ ସନ୍ତାନ

Breaking News

ଘୁ. ଉଦୟଗିରିର କନବାଗେରି ଠାରେ ସଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ……

କନ୍ଧମାଳ ସନ୍ତାନ(ବ୍ୟୁର):ବ୍ଲକ ସ୍ତରୀୟ ପାରମ୍ପରିକ କଳା, ସଂସ୍କୃତି ସଂଘ, ରାଧେ ଗୋବିନ୍ଦ ମଠ ଓ ରାଧେ ରାଧେ ମହିଳା ସଂକୀର୍ଣ୍ଣନ ମଣ୍ଡଳୀର ମିଳିତ ଆନୁକୂଲ୍ୟରେ ଘୁ.ଉଦୟଗିରି ବ୍ଲକ କନଵାଗିରୀ ଠାରେ ସଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଅକ୍ଷୟ କର୍ଣ୍ଣମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିବା ବେଳେ କୁଇ ସଂସ୍କୃତି ଗବେଷକ ପ୍ରଦୀପ କହଁର, ଫୁଲବାଣୀ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ରମେଶ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ I ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ର ଉପସଭାପତି ପ୍ରମୋଦ କୁମାର ଦଣ୍ଡସେନା, କ.ନୂଆଗାଁ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ତ୍ରିନାଥ ପଣ୍ଡା, ଟିକାବାଲି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସତପଥି ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବରିଷ୍ଠ କଳାକାର ମଂଚାସୀନ ଥିଲେ I ଘୁ.ଉଦୟଗିରି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଜୁନୁଷ ପରିଛା ଆମନ୍ତ୍ରିତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢକନ ଦେଇ ସମ୍ବର୍ଦ୍ଧନା ଜଣାଇ ଥିଲେ I ଏହା ପରେ ପାରମ୍ପରିକ ଖଞ୍ଜଣୀ ନୃତ୍ୟ ଦ୍ୱାରା ମହିଳା ସଂକୀର୍ଣ୍ଣନ ମଣ୍ଡଳୀର ନୃତ୍ୟ ଓ ସଂଗୀତ ଉପ ସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା I ବ୍ଲକର ଉପ ସଭାପତି ଜ଼ିଲ୍ଲାର ସଂସ୍କୃତି ପରମ୍ପରାକୁ ଉଦଜୀବିତ ପାଇଁ ପ୍ରୟାସ କରୁଥିବା ପ୍ରାୟସକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି I ବ୍ଲକର ସମୁଦାୟ ୧୨ଟି ପାରମ୍ପରିକ ଆଦିବାସୀ ନୃତ୍ୟ ଦଳ ନିଜର କଳା ନୈପୁଣ ପ୍ରଦର୍ଶନ କରିଥିଲେ l

Related news

Skip to toolbar