କନ୍ଧମାଳ ସନ୍ତାନ

Breaking News

ଦୁତିପଡ଼ା ଓ ଖଜୁରିପଡ଼ା ସମବାୟ ସମିତି ନିର୍ବାଚିତ ଅନୁଷ୍ଠିତ…..

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୂତୀମେଣ୍ଡି ଠାରେ ଥିବା ଦୁତିପଡ଼ା ବହୂମୂଖୀ ସମବାୟ ସମିତି କାର୍ଯ୍ୟାଳୟରେ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେଇଥିଲା I ନିର୍ବାଚନ ଅଧିକାରୀ ରାଧାକୃଷ୍ଣ ଆଚାରି ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିବା ବେଳେ ଦୁତିପଡ଼ା କାର୍ଯ୍ୟାଳୟ ସମିତିର ଶାଖା ପରିଚାଳକ ପ୍ରଦୀପ କୁମାର ସେଠୀ ଉପସ୍ଥିତ ଥିଲେ I ଏଥିରେ ସମିତିର ୧୫ ଜଣ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିବା ବେଳେ ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ ଏବଂ ହେମନ୍ତ କହଁର ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରିଥିଲେ I ସେମାନଙ୍କ ମଧ୍ୟରୁ ୧୦ ଭୋଟ୍ ପାଇ ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ ବିଜୟ ହୋଇ ନୂତନ ସଭାପତି ଭାବେ ବିଜୟ ହାସଲ କରି ଦାୟିତ୍ୱ ଗ୍ରହଣ କରିଛନ୍ତି I ସେହି ପରି ଖଜୁରୀପଡ଼ା ସମବାୟ ସମିତିରେ ସୁଶିଲ ଜାନି ଏକ ମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରି।ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ଦାୟିତ୍ଵ ଗ୍ରହଣ କରି ଥିବା ଖଜୁରୀପଡ଼ା ସମବାୟ ସମିତିର ଶାଖା ପରିଚାଳକ ସତ୍ୟ ନାରାୟଣ ସାହୁ ସୂଚନା ଦେଇଛନ୍ତି I ଉଭୟ ନୂତନ ସଭାପତି ନିର୍ବାଚିତ ହେବାପରେ ଚାଷୀମାନଙ୍କ ସହ ଉତ୍ତମ ସମ୍ପର୍କ ରଖି ବିଭିନ୍ନ କୃଷି ଯନ୍ତ୍ରାଂଶ, ଉତ୍ତମ ବିହନ , ଋଣ ଯୋଗାଣ , ସାର ପ୍ରଦାନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ସାହାଯ୍ୟ ସହଯୋଗ କରିବୁ ବୋଲି ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲ ଏବଂ ସମାଜ ସେବୀ ବିଦୁର ବେହେରାଙ୍ ସହ ଆଲୋଚନା କରି କରିଛନ୍ତି I ନବନିର୍ବାଚିତ ସଭାପତିଙ୍କୁ ସମବାୟୁ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ ଉତ୍ତରୀୟ ପ୍ରଦାନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ସମବାୟୁ ସମିତିର ଶାଖା ପରିଚାଳକ ସମେତ ନିର୍ବାଚିତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲା I

Related news

Skip to toolbar