କନ୍ଧମାଳ ସନ୍ତାନ

Breaking News

ଧର୍ମଗୁଳାରେ ଜିତିଲେ ଉପଖଣ୍ଡ ଗୃହ ନିମାଣ ସମବାୟ ସମିତିର ସଭାପତି……..

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ଉପଖଣ୍ଡ ଗୃହ ନିର୍ମାଣ ସମବାୟ ସମିତି ସଭାପତି ନିର୍ବାଚନ ସରିଯାଇଛି I ଏହି ନିର୍ବାଚନରେ ସଭାପତି ପାଇଁ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ କରିଥିଲେ I ଦୁଇ ପ୍ରାର୍ଥୀ ସୁଜିତ କୁମାର ପାଳ, ସେକ୍ ସାଦିକ୍ I ନିର୍ବାଚନରେ ପନ୍ଦର ଜଣ ଡାଇରେକ୍ଟକଟର ମଧ୍ୟ୍ୟରୁ ବାର ଜଣ ଭୋଟ ଦେଇଥିଲେ I ଏହି ଦୁଇ ଜଣ ପ୍ରାର୍ଥୀ ମଧ୍ୟ୍ୟରେ କଡା ଟକର୍ ହୋଇଥିଲା I ପ୍ରତିଦ୍ବନ୍ଦିତା କରୁ ଥିବା ଦୁଇଜଣ ପ୍ରାର୍ଥୀ ୬ ଟି ଲେଖାଏଁ ଭୋଟ ପାଈଥିଲେ I ଏହା ପରେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗୁଳା ହୋଇଥିଲା I ଧର୍ମ ଗୁଳାରେ ସୁଜିତ କୁମାର ପାଳ ବିଜୟୀ ହୋଇଥିଲେ I ବିଜୟ ଲାଭ କଲା ପରେ ବାଲିଗୁଡା ବିଜୁ ଜନତା ତାରଫରୁ ବିଜୟ ଦିବସ ପାଳନ କରିଥିଲେ I ଏହି ବିଜୟ ଦିବସରେ ବାଲିଗୁଡା ପୂର୍ବତ୍ତନ ଏନ୍ ଏ ସି ଅଧକ୍ଷ ଲୋକନାଥ ପାଢ଼ି, କୁମର ଦାଣ୍ଡିଆ ପ୍ରମୋଦ ସାହୁ, ଅବନୀ ନାୟକ, ମଦନମୋହନ ପାଢ଼ୀ ଓ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ I

Related news

Skip to toolbar