କନ୍ଧମାଳ ସନ୍ତାନ(ବ୍ୟୁର): ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି I ଆଗାମୀ ରଥଯାତ୍ରା କିଭଳି ଶାନ୍ତି ଓ ଶୃଙ୍ଖଳାର ସହିତ କରାଯିବ ସେ ନେଇ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଛି I ଏଥିରେ ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ମଧୁସୂଦନ ବେହେରାଙ୍କ ଅଧ୍ଯକ୍ଷତାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା I ବାଲିଗୁଡା ଏସ୍ଡିପିଓ ଜି ଆର ରାଘବେନ୍ଦ୍ର, ବାଲିଗୁଡା ଏନଏସି ଅଧ୍ଯଷ ଗୋବିନ୍ଦ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ I ଏହା ସହ ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର, ବିଡିଓ ଜଗଦୀଶ ଷଡ଼ଙ୍ଗୀ, ଥାନା ଭାରପ୍ରାପ୍ତ ଅଧୁକାରୀ ବାବା ଶଙ୍କର ସରାଫ, ଏନଏସି ଅଧ୍ଯକ୍ଷ ଲୋକ ନାଥ ପାଢ଼ୀ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ, ଜଗନ୍ନାଥ ମଦିର ସଭାପତି ଟି ଶ୍ରୀନିବାସ ରାଓ, ବିଭିନ୍ନ ସରକାରୀ ଅଧିକାରୀ, କାଉନସିଲର, ବୁଦ୍ଧିଜୀବୀ, ସାମ୍ବାଦିକ ସମେତ ଏହି ବୈଠକରେ ଯୋଗ ଦେଇଥିଲେ I ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ କିପରି ଅନୁଷ୍ଟିତ ହେବ ସେ ନେଇ ଆଲୋଚନା କରାଯାଇଥିଲା I ଵାଲିଗୁଡା ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ କୁମାର ମଳିକ କାର୍ଯ୍ୟାଭାର ସମ୍ପାଦନ କରିଥିଲେ I