କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ପୃଥକ ପୃଥକ ସ୍ଥାନରୁ ଦୁଇଟି ମୃତ ଦେହ ଜବତ, ମୃତ୍ୟର କାରଣ ଅସ୍ପଷ୍ଟ..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ-୪ ଶ୍ରୀରାମପଦା ଠାରେ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଜବତ କରିଛି I ମୃତ ଯୁବକ ଜଣକ ଟିକାବାଲି ଥାନା ଅଧିନସ୍ଥ ପାଣିଙ୍ଗିଆ ଗ୍ରାମ କଲୋନୀ ସାହିର ନରେଶ ଦିଗାଳ ବୋଲି ପୋଲିସ ସୂତ୍ରରୁ ପ୍ରକାଶ I ପ୍ରାପ୍ତ ସୂଚନା ଅନୁସାରେ ନରେଶ ଦିଗାଳ ଶ୍ରୀରାମପଦା ଗ୍ରାମରେ ବିବାହ କରିଥିଲେ I ତାଙ୍କର ଚାରିଗୋଟି ପୁଅଝିଅ ମଧ୍ୟ ଅଛନ୍ତି I କିଛିଦିନ ପୂର୍ବରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ ହୋଇ ଥିଲା I ସ୍ତ୍ରୀ ପୁଅଝିଅଙ୍କୁ ନେଇ ଶ୍ରୀରାମପଦା ବାପାଙ୍କ ଘରକୁ ଆସିଥିଲେ I

ଯାହା ପାଇଁ ଯୁବକ ଜଣକ ମାନସିକ ସ୍ତରରେ ଭାଙ୍ଗି ପଡ଼ି ଥିଲେ I ନରେଶ ଦିଗାଳ ବୁଝାସୁଝା କରି ସ୍ତ୍ରୀ ଏବଂ ପୁଅଝିଅଙ୍କୁ ନେବା ପାଇଁ ଶ୍ରୀରାମପଦା ଆସି ଥିଲେ I ହେଲେ ହଠାତ ଯୁବକଙ୍କ ମୃତ ଦେହ ବେଡସିଟ ସାହାଯ୍ୟରେ ଏକ ସାଗୁଆନ ଗଛରେ ଝୁଲୁଥିବାର ଦେଖି ସ୍ଥାନୀୟ ଲୋକ ପୋଲିସକୁ ଜଣାଇ ଥିଲେ I ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଏକ କେଶ ନମ୍ବର 5/2022 ରେ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି I ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯୁବକଙ୍କ ମୃତ୍ୟର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି I ସେହି ପରି ଭାବରେ ୱାର୍ଡ଼ ନମ୍ବର -୧୩ ସ୍ଥିତ ବାଲୁପାଙ୍ଗାର ରାସ୍ତା କଡ଼ରେ ଜଳେଶ୍ୱର ପ୍ରଧାନ, ପି -ଯୋଗେଶ୍ୱର ପ୍ରଧାନ, ବାଲୁପାଙ୍ଗା ନିବାସୀଙ୍କ ମୃତ ଦେହ ପୁଲିସ ଜବତ କରିବା ସହ କେଶ ନମ୍ବର ୬/୨୦୨୨ରେ ଏକ ମାମଲା ରୁଜୁ ହୋଇଛି କିନ୍ତୁ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି I ଏନେଇ ପୁଲିସ ଘଟଣାର ତଦନ୍ତ ଚଳେଇଛି I ଘଟଣା ଅନୁସାରେ ଜଳେଶ୍ବର ପ୍ରଧାନ ଗତକାଲି କୋଟଗଡ଼ ବ୍ଲକର ପକାରୀକୁ ଏକ ବିବାହ ଭୋଜିରେ ଯୋଗ ଦେଇ ନିଜ ଗ୍ରାମକୁ ବିଳମ୍ବିତ ରାତ୍ରିରେ ଫେରିଥିଲେ I ହେଲେ ସକାଳେ ହଠାତ ତାଙ୍କର ମୃତ ଦେହ ଘର ଠାରୁ ମାତ୍ରକ ୨୦-୩୦ ମିଟର ଦୂରରେ ରକ୍ତାକ୍ତ ଅବସ୍ଥାରେ ପଡିଥିଲା I ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଖୋଜାଖୋଜି କରି ଥିଲେ I ଶେଷରେ ଜଳେଶ୍ବର ପ୍ରଧାନଙ୍କ ମୃତ ଦେହ ପରିବାର ଲୋକ ଦେଖି ଗ୍ରାମର ଲୋକ ଓ ପୁଲିସକୁ ଜଣାଇ ଥିଲେ I ମୃତ ବ୍ୟକ୍ତିଙ୍କ ମୁହଁରେ ଆଘାତ ଲାଗି ଥିବାର ଦେଖା ଦେଇଛି I ଶବ ବ୍ୟବଚ୍ଛେଦ ପରେ ଦୁଇଗୋଟି ମୃତ୍ୟୁର କାରଣ ଜଣାପଡିବ ବୋଲି ମତ ପ୍ରକାଶ କରିଛନ୍ତି ତଦନ୍ତକାରୀ ଅଧିକାରୀ I

Related news

Skip to toolbar