କନ୍ଧମାଳ ସନ୍ତାନ

Breaking News

ବ୍ଲକ କଳା ସଂସ୍କୃତି ସଂଘର ତରଫରୁ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ପଂଚାୟତ ସ୍ତରୀୟ ବୈଠକ ବୁଦ୍ରୁକିଆ ପଂଚାୟତର ଡାମିକିଆ ଗାଁ ରେ ଅନୁଷ୍ଠିତ ହୋଇଯାଇଛି I ରାଜ୍ୟ ସରକାରଙ୍କ କଳାକାର ଭତ୍ତା, ଭାଗବତଟୁଙ୍ଗୀର ପୁନଃ ଉଦ୍ଧାରକୁ କ୍ରିୟାଶିଳ କରିବା ସହ କଳାକାରଙ୍କୁ ସଂଗଠିତ କରିବା ଉଦେଶ୍ୟରେ ଏବଂ ସମସ୍ତ କଳାକାରଙ୍କୁ ଇ-ରେଜିଷ୍ଟ୍ରେସନ କରିବାକୁ ନେଇ ଗ୍ରାମ ପଂଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି I ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନାଙ୍କୁ କଳାକାର ଓ ଗ୍ରାମବାସୀ ଙ୍କ ତରଫରୁ ପାଛୋଟି ନିଆଯିବା ସହିତ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା I ଉକ୍ତ ବୈଠକରେ କଳା ଓ ସଂସ୍କୃତିର ସୁରକ୍ଷା ଓ ବିଲୁପ୍ତ ପ୍ରାୟ କଳାର ପୁନଃ ଉଦ୍ଧାର ସମ୍ବଦ୍ଧିୟ ଆଲୋଚନା ହୋଇଥିଲା I ବୈଠକରେ ବୁଦ୍ରୁକିଆ ଗ୍ରାମ ପଂଚାୟତର ବହୁ କଳାକାର ଯୋଗଦେଇ ଥିଲେ I ବୈଠକକୁ ରଂଜିତ କୁମାର ଡିଗାଲ ସମେତ ଗ୍ରାମବାସୀ ସଫଳ ଆୟୋଜନ କରିଥିଲେ I

Related news

Skip to toolbar