କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟଳୟ ଠାରେ ସାଧାରଣ ବୈଠକ ହୋଇଯାଇଛି I ଏଥିରେ ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଦେଖି ଗ୍ରାମ ପଞ୍ଚାୟତର ସମସ୍ୟା ଏବଂ କୃଷି କେକେଡିଏ ପାନୀୟ ଜଳ ରାସ୍ତା ଉପରେ ଆଲୋଚନା କରା ଯାଇଥିଲା I ଏହି ବୈଠକରେ ବିଭିନ୍ନ ସରକାରୀ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ I ବୈଠକରେ ମୁଖ୍ୟ ଅଥିତି ଭାବେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଚକ୍ରମଣୀ କହଁର, ତୁମୁଡ଼ିବନ୍ଧ ଗୋଷ୍ଟି ଉନ୍ନୟନ ଅଧିକାରୀ ଲଳିତ ସରେନ, ଅଧକ୍ଷା ଶ୍ରୀମତୀ ବାସନ୍ତୀ ମାଝୀ, ଜିଲ୍ଲା ପରିଷଦ ନବୀନ ପାତ୍ର, ତହସିଲଦାର କୁମାରୀ ଅନୁରାଧ ମଲିକ, ପ୍ରମୋଦ କୁମାର ସାହୁ ତୁମୁଡ଼ି ବନ୍ଧ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଡ଼ଃ ଅଭିଷେକ ନାୟକ ମଞ୍ଚାସିନ ଥିଲେ I ସେହି ପରି ଭାବରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ କ.ନୂଆଗାଁ ପଞ୍ଚାୟତ ସମିତିରେ ମଧ୍ୟ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଅଧ୍ୟକ୍ଷତା କରିଥିଲେ I ବିଡିଓ ସରୋତ କୁମାର ପାତ୍ର ସ୍ବାଗତ ଭାଷଣ ଦେଇଥିଲେ I ବ୍ଲକରେ ଥିବା ୧୪ ଟି ପଞ୍ଚାୟତର ଥିବା ମୁଖ୍ୟ ରାସ୍ତା କୁ ଆରଡିକୁ ହସ୍ତାନ୍ତର କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି I ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ମନରେଗା, ବିଦ୍ୟୁତ, ରାସ୍ତାଘାଟର ସମସ୍ୟା ଆଲୋଚନାରେ ସ୍ଥାନ ପାଇଥିଲା ବେଳେ ବର୍ତ୍ତମାନର ମୁଖ୍ୟ ସମସ୍ୟା ପାନୀୟ ଜଳ ସମସ୍ୟା ମଧ୍ୟ ଏଜେଣ୍ଡାରେ ସ୍ଥାନ ପାଇନଥିଲା I ବୈଠକରେ ବ୍ଲକର ସମସ୍ତ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲା ବେଳେ ଡବ୍ଲୁଇଓ ଅନୁପସ୍ଥିତ ଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା I ଏହି ବୈଠକରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର, ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା, ସରକାରୀ ଯନ୍ତ୍ରୀ ସିଦ୍ଧେଶ୍ୱର ପାଣିଗ୍ରାହୀଙ୍କ ସମେତ ବ୍ଲକର ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ଉପସ୍ଥିତ ଥିଲେ I ଶେଷରେ ପଞ୍ଚାୟତ ଅଧିକାରୀ ପ୍ରଦିପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I