କନ୍ଧମାଳ ସନ୍ତାନ

Breaking News

ବ୍ରାହ୍ମଣୀଗାଁ ଅଞ୍ଚଳରେ ବିଦ୍ୟୁତ ଓ ମୋବାଇଲ ସେବାରେ ବିଭ୍ରାଟ, ବାରମ୍ବାର ଦାବୀ ସତ୍ୱେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ……..

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ଅଧିନସ୍ଥ ବ୍ରାହ୍ମଣୀଗାଁ ସ୍ଥିତ ସଵଷ୍ଟେସନ ଅଞ୍ଚଳରେ ଲଗାତାର ବିଦ୍ୟୁତ ବିଭ୍ରାଟ ଓ ମୋବାଇଲ ସେବାରେ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି I ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବୀ ହୋଇ ଆସୁଥିଲେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ I ଘଟଣା ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବାରୁ ଜନ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି I ଶନିବାର ଦିନ ବ୍ରାହ୍ମଣୀଗାଁ ଯୁବ ଗୋଷ୍ଠୀ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ପୁନର୍ବାର ଏକ ଲିଖିତ ଅଭିଯୋଗ ବ୍ରାହ୍ମଣୀଗାଁ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି I ପ୍ରକାଶ ଥାଉକି ଏଥି ପୂର୍ବେ ଉକ୍ତ ସମସ୍ୟାକୁ ନେଇ ଆଞ୍ଚଳିକ ମହିଳା ସଂଗଠନ ଓ ଯୁବସଙ୍ଘ ପକ୍ଷରୁ ଏକ ଶାନ୍ତି ରାଲି ଶୋଭାଯାତ୍ରାରେ ଯାଇ ଥାନା ଅଧିକାରୀଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା I ଆଜକୁ ଛଅ ମାସ ରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ସମସ୍ୟାର ସମାଧାନ ଦିଗରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ I ଯାହା ପାଇଁ ବ୍ରାହ୍ମଣୀଗାଁ ଯୁବ ସଂଗଠନ ପକ୍ଷରୁ ଆଜି ପୁନର୍ବାର ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି I ଉକ୍ତ ଦାବିପତ୍ରରେ ସଵଷ୍ଟେସନରେ ପଡିରହିଥିବା ନୂତନ ଟ୍ରାନ୍ସଫର୍ମର ଗୁଡିକ ତୁରନ୍ତ କାର୍ଯ୍ୟରେ ଲଗାଇ ବାରମ୍ବାର ବିଦ୍ୟୁତ କାଟ ଭଳି ସମସ୍ୟାର ସମାଧାନ କରିବା, ଇଣ୍ଟରନେଟ ସେବା ପାଇଁ ଉଚ୍ଚ କ୍ଷମତା ସମ୍ପନ ମେସିନ ଅର୍ଥାତ ୪-ଜୀ ସେବା ପ୍ରଦାନ ଓ ଅନ୍ୟ ଏକ ନୂତନ ଟାୱାର ସ୍ଥାପନ କରିବା ପାଇଁ ଦାବୀ କରାଯାଇଛି I ସାତ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଅଞ୍ଚଳରେ ଯାହା କିଛି ପରିସ୍ଥିତି ଉପୁଜିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଯୁବଗୋଷ୍ଠୀ ଚେତାବନୀ ଦେଇଛନ୍ତି I

Related news

Skip to toolbar