କନ୍ଧମାଳ ସନ୍ତାନ

Breaking News

ଅସୁରକ୍ଷିତ କସ୍ତୁରୀବା ଗାନ୍ଧୀ ଛାତ୍ରୀ ନିବାସ: ସ୍କୁଲ ପାଚେରୀ ଭଙ୍ଗାକୁ ନେଇ ବାଲିଗୁଡାରେ ଉତ୍ତେଜନା, ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ବାସୀନ୍ଧା…….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ବାଲିଗୁଡାରେ ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି I ଉତ୍ୟକ୍ତ ଲୋକ ୫୯ନଂ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି l ସୂଚନା ଅନୁସାରେ ବାଲିଗୁଡାର ସର୍ବପୁରାତନ କସ୍ତୁରୀବା ଗାନ୍ଧୀ ବିଦ୍ୟାଳୟ ଯାହା କି ୧୯୫୬ମସିହାରେ ସ୍ଥାପନ ହୋଇଥିଲା I

ନୂଆସାହି କସ୍ତୁରୀବା ଗାନ୍ଧୀ ବିଦ୍ୟାଳୟ ର ପାଚେରୀକୁ ଗୁଣ୍ଡିଚା ଦାସ ନାମକ ଜଣେ ମୁଷ୍ଟିମେୟ ବ୍ୟକ୍ତି ଓ ତାଙ୍କ ପୁଅମାନେ ଜବରଦସ୍ତ ଜେସିବି ଲଗାଇ ପାଚେରୀ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ଓ ବିଦ୍ୟାଳୟ କମିଟି I ଏହାକୁ ନେଇ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରି ଥିବା କହିଛନ୍ତି I ପାଚେରୀ ଭଙ୍ଗାକୁ ନେଇ ବିଦ୍ୟାଳୟର ଅଭିଭାବକ, ପୁରାତନ ଛାତ୍ର, ନୂଆସାହି ଗ୍ରାମବାସୀ ଓ ବାଲିଗୁଡା ଜନସଧାରଣଙ୍କ ମନରେ ଅଶାନ୍ତି ଦେଖା ଦେଇଛି l ସକାଳୁ ସକାଳୁ ଆଜି ସମସ୍ତେ ଏକତ୍ର ହୋଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି l ବିନା ଅନୁମତିରେ ପାଚେରୀ ଭଙ୍ଗାକୁ ସବୁ ମହଲରେ ନିନ୍ଦା କରାଯାଉଛି l ଗତ ରାତିଠାରୁ ବିଦ୍ୟାଳୟ ହଷ୍ଟେଲର ୧୪୦ ଅନ୍ତେବାସୀ ଅସୁରକ୍ଷିତ ଅବସ୍ଥାରେ ରହିଥିବା ବିଦ୍ୟାଳୟ କମିଟିର ସଦସ୍ୟ ପ୍ରକାଶ କରିଛନ୍ତି l ତୁରନ୍ତ ପାଚେରୀ ପୁନଃ ନିର୍ମାଣ ଓ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାଇ ଦଣ୍ଡ ବିଧାନ ଦାବୀରେ ଲୋକେ ଅଡ଼ି ବସିଛନ୍ତି l ବାଳିକା ବିଦ୍ୟାଳୟ କୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଦାବୀ କରୁଛନ୍ତି l

Related news

Skip to toolbar