କନ୍ଧମାଳ ସନ୍ତାନ

Breaking News

ବାଲିଗୁଡାରେ ଫେଲ ମାରିଛି ଅମୃତ ଯୋଜନା, ଏନଏସି ଦ୍ୱାରା ଗୋଳିଆ ପାଣି ଯୋଗାଇ ଦିଆଯାଉ ଥିବା ଅଭିଯୋଗ କଲେ ଅଞ୍ଚଳବାସୀ…

କନ୍ଧମାଳ ସନ୍ତାନ(ବ୍ୟୁର): ରାଜ୍ୟ ସରକାର ଅମୃତ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ଘର ବିଶୁଦ୍ଧ ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି I ହେଲେ ବାଲିଗୁଡା ସହରାଞ୍ଚଳ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି I ବାଲିଗୁଡା ଏନଏସି ର ୧୩ ଗୋଟି ୱାର୍ଡରେ ପାନୀୟ ଜଳ ଯୋଗାଣ ପାଇଁ ଅଭରହେଡ଼ ଟାଙ୍କି ନିର୍ମାଣ ସରିଛି ଘରକୁ ଘର ପାଇପ ସଂଯୋଗ କାମ ମଧ୍ୟ ସରିଛି I କିନ୍ତୁ ଟ୍ୟାବରେ ବୁନ୍ଦାଏ ପାଣି ଆସୁ ନାହିଁ I ମରାମତି ଅଭାବରୁ ୱାର୍ଡ ଗୁଡିକରେ ଥିବା ନଳକୂପ ଓ କୂଅଶୁଖିଲା ପଡିଛି I

ଯାହା ଦ୍ୱାରା ଲୋକେ ପାଣି ମୁନ୍ଦାଏ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ଏନଏସି କତୃପକ୍ଷଙ୍କ ଜ୍ଞାନଉଦୟ ହୋଇଛି ସତ କିନ୍ତୁ ଟ୍ୟାଙ୍କର ଯୋଗେ ୱାଡ଼ ଗୁଡିକରେ ଦୂଷିତ ଜଳ ଯୋଗାଣ କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ I ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଯୋଗାଇ ଦିଆଯାଉ ଥିବା ପାନୀୟ ଜଳ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି I ଯାହା ପାଇଁ ଅଞ୍ଚଳରେ ସଂକ୍ରାମକ ରୋଗ ହେବାର ଆଶଙ୍କା ରହିଛି ବୋଲି ମଧ୍ୟ ଅଞ୍ଚଳବାସୀ କହିଛନ୍ତି I ସୋମବାର ଦିନ ଦଣ୍ଡପଦର ୪ ନମ୍ବର ୱାର୍ଡରେ ଟ୍ୟାଙ୍କର ଯୋଗେ ଗୋଳିଆ ପାଣି ଯୋଗାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଦଣ୍ଡପଦର ଗ୍ରାମବାସୀ I ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକତା ରହିଛି I ୱାର୍ଡବାସୀଙ୍କୁ ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଲେ ସରକାରଙ୍କ ଯୋଜନା ସଫଳ ରୂପାୟନ ହେବ ଏବଂ ଲୋକେ ଏହାର ସୁଫଳ ପାଇବେ ବୋଲି ସହରର ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି I

Related news

Skip to toolbar