କନ୍ଧମାଳ ସନ୍ତାନ(ବ୍ୟୁର):ପରଲୋକରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର କହଁର I ଆଜି ସକାଳ ୮ଟା ବେଳେ ତାଙ୍କର ବାଲିଗୁଡା ସ୍ଥିତ ବାସ ଭବନରେ ଦେହାନ୍ତ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା I କିଛି ବର୍ଷହେବ ସେ ରୋଗରେ ପୀଡିତ ଥିଲେ I ପୂର୍ଵତନ ବିଧାୟକ ସୁରେନ୍ଦ୍ର କହଁର ଶିକ୍ଷକରୁ ଅବସର ନେଇ ରାଜନୀତିରେ ଯୋଗଦେଇ ଥିଲେ ଏବଂ ୨୦୦୦ ମସିହାରେ ନିର୍ବାଚନ ଲଢ଼ି ବିଜେପିର ପ୍ରଥମ ବିଧାୟକ ହୋଇଥିଲେ I ଅଞ୍ଚଳର ବହୁ ଉନ୍ନୟନ କାର୍ଯ୍ୟକରି ଲୋକ ପ୍ରିୟତା ଅର୍ଜନ କରିଥିଲେ I ଏହି ଖବର ପ୍ରସାରିତ ହେବାପରେ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି I ପୂର୍ବତନ ବିଧାୟକଙ୍କ ବିୟୋଗରେ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ବରିଷ୍ଠ ବିଜେପି ନେତା କମଳା ପାଣ୍ଡେ, ବରିଷ୍ଠ ସାମ୍ବାଦିକ ଡ଼ଃ ଅରୁପ ଜେନା ପ୍ରେସ କ୍ଲବର ସଭାପତି ସୁନୀଲ ପଟ୍ଟନାୟକଙ୍କ ସମେତ ବହୁ ରାଜନେତା ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି I ସୁରେନ୍ଦ୍ର କହଁରଙ୍କ ପାର୍ଥବ ଶରୀରକୁ ଶେଷ ଦର୍ଶନ କରୁଛନ୍ତି l ଆଜି ଅପରାହ୍ନରେ ତାଙ୍କ ପୌତ୍ରିକ ଗାଁ ସଲାଗୁଡାକୁ ପାର୍ଥବ ଶରୀର ନିଆଯାଇ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି I