କନ୍ଧମାଳ ସନ୍ତାନ

Breaking News

ଅଞ୍ଚଳବାସୀଙ୍କ ଜଳ କଷ୍ଟକୁ ବୁଝିଲେ ପରାଜିତ କଂଗ୍ରେସ କାଉନସିଲର ପ୍ରାର୍ଥୀ ସାଗର ସିଂ ନାୟକ ଓ ସମସ୍ୟାର ସମାଧାନ ମଧ୍ୟ କଲେ…..

କନ୍ଧମାଳ ସନ୍ତାନ(ବ୍ୟୁର): ଜନତାଙ୍କ ବହୁ ମୂଲ୍ୟ ଭୋଟ ରେ ବିଜୟ ହାସଲ କରିଥିବା ଜନପ୍ରତିନିଧି ଜନତାଙ୍କ ଜଳକଷ୍ଟ ବୁଝି ପାରିଲେ ନାହିଁ I ଜଣେ ପରାଜିତ ପ୍ରାର୍ଥୀ ଅଞ୍ଚଳ ବାସୀଙ୍କ କଷ୍ଟକୁ ହୃଦୟଙ୍ଗମ କରି ପ୍ରଶାସନ ପାଖରେ ଦାବୀ କରି ପାନୀୟ ଜଳ ସମସ୍ୟାର ସମାଧାନ କରିଥିବା ଘଟଣା ପଦାକୁ ଆସିଛି I ଯାହା ଜଣେ ବିଜୟ ପାର୍ଥି କରି ପାରିନ ଥିଲେ, ତାହା ଜଣେ ପରାଜିତ ପ୍ରାର୍ଥୀ ସଫଳ କରି ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି I କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ବାଲିଗୁଡା ଏନଏସିରେ ଦିନକୁ ଦିନ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖା ଦେବାରେ ଲାଗିଛି I ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଲୋକେ ପାଣି ମୁନ୍ଦାକ ପାଇଁ ଡହଳ ବିକଳ ହେଉ ଥିବା ଦେଖା ଦେଇଛି I ବିଶେଷକରି ବାଲିଗୁଡା ଏନଏସି ୫, ୬, ୭ ନମ୍ବର ୱାର୍ଡବାସୀଙ୍କ ପାଣି ଜଳ ଦୁର୍ଦଶା କହିଲେ ନ ସରେ l ଏହି ୱାର୍ଡ ଗୁଡିକରେ ଅନେକ ନଳକୂପ ମରାମତି ଅଭାବରୁ ଭାଙ୍ଗି ପଡ଼ି ରହିବା ସହ ମରାମତି ଅଭାବରୁ କୂଅ ମଧ୍ୟ ଶୁଖିଲା ପଡିଛି I ସହରାଞ୍ଚଳରେ ବାସ କରୁଥିଲେ ମଧ୍ୟ ଏବେବି ଏହି ଅଞ୍ଚଳର ବାସିନ୍ଦା ନାଳର ଦୂଷିତ ଜଳ ବ୍ୟବହାର କରୁ ଥିବା କହିଛନ୍ତି I ଏନେଇ ୱାର୍ଡବାସୀ ବିଭାଗୀୟ ଅଧିକାରୀ ଏନଏସି କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ଫଳ ଶୂନ I ଶାସକ ଦଳକୁ ସମର୍ଥନ ଜଣାଇ ନଥିବାରୁ ଆକ୍ରୋଶ ମୂଳକ ଭାବେ ପାଣି ବ୍ୟବସ୍ଥା କରାଯାଉ ନଥିବା କହିଛନ୍ତି ୱାର୍ଡବାସୀ I ଏହି ପରିସ୍ଥିତିରେ ୭ ନମ୍ବର ୱାର୍ଡର କଂଗ୍ରେସର ପରାଜିତ ପ୍ରାଥୀ ସାଗର ସିଂ ନାୟକ ଲୋକଙ୍କ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡ଼ି ଥିବା ଅଞ୍ଚଳ ବାସୀ କହିଛନ୍ତି I ପାଣିର ସମସ୍ୟା ଦୂର କରିବାପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଦାବୀ କରି ନିଜ ୱାର୍ଡରେ ପାଣିର ବ୍ୟବସ୍ଥା କରିଛନ୍ତି I ଏହି ଦରଦୀ ମଣିଷର ସ୍ୱାଗତ ଯୋଗ୍ୟ କାମ ପାଇଁ ବିଭିନ୍ନ ଅଞ୍ଚଳରୁ ପ୍ରସଂଶାର ସୁଅ ଛୁଟୁ ଥିବା ଦେଖା ଦେଇଛି I

Related news

Skip to toolbar