କନ୍ଧମାଳ ସନ୍ତାନ

Breaking News

ଅବ୍ୟବସ୍ଥା ଘେରରେ ବାଲିଗୁଡା ଵିଜ୍ଞାପିତ ଅଞ୍ଚଳ ପରିଷଦର ୫, ୬, ୭ ୱାର୍ଡବାସୀଙ୍କ ମାଶାଣି, ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବୀ କଲେ ଅଞ୍ଚଳ ବାସୀ……

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ଵିଜ୍ଞାପିତ ଅଞ୍ଚଳ ପରିଷଦର ୫, ୬,୭ ୱାର୍ଡ଼ I ଏହି ୱାର୍ଡର ବାସୀନ୍ଧାଙ୍କ ଶବ ଦାହ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାୟୀ ମଶାଣି ନ ଥିବା ଅଭିଯୋଗ ହୋଇଛି I ଯାହା ପାଇଁ ଅଞ୍ଚଳ ବାସୀ ବହୁ ସମସ୍ୟାର ସମ୍ମୁଖିନ ହେଉ ଥିବା କହିଛନ୍ତି I ବାଲିଗୁଡା ଏନଏସିର ସର୍ବ ବୃହତ୍ତସାହି ହେଉଛି ନୂଆସାହି l ଏହି ତିନି ୱାର୍ଡ ବାସୀପାଇଁ ଦୀର୍ଘ ଶହେ ବର୍ଷରୁ ଉର୍ଦ୍ଧ୍ବ ହେବ ଶବ ଦାହ ପାଇଁ ମଶାଣୀ ଜମି ଚିହ୍ନଟ ହୋଇ ପାରିନାହିଁ I ଯାହା ପାଇଁ ଏହାର ସୁଯୋଗ ନେଇ କିଛି ଖଳ ପ୍ରବୃତିର ଲୋକ ମଶାଣି ଜମିରେ ବେଆଇନ ଭାବେ ଘର କରି ଜବର ଦଖଲ କରି ରହି ଥିବା ଅଞ୍ଚଳବାସୀ କହିଛନ୍ତି I ସ୍ଥାନୀୟ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଜମି ମାଫିଆଙ୍କ କବଳକୁ ମଶାଣି ଯାଉ ଥିବା ଅଞ୍ଚଳରେ ମତ ପ୍ରକାଶ ପାଇଛି I ବର୍ତ୍ତମାନ ଧୀରେ ଧୀରେ ମଶାଣି ଜମି ମଧ୍ୟ କମି କମି ଯାଉ ଥିବା ଦେଇଛି I କେବଳ ଏତିକି ନୁହେଁ ମଶାଣିରେ ଶବଗୃହ, ଆଲୋକ ଓ ପାଣିର ବ୍ୟବସ୍ଥା ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇ ନାହିଁ l ଯାହା ପାଇଁ ତିନି ୱାର୍ଡ଼ରେ ବସବାସ କରୁଥିବା ପ୍ରାୟ ୬ ହଜାରରୁ ଉର୍ଦ୍ଧ ଲୋକ ଖରା,ବର୍ଷା ଓ ଶୀତରେ ଶବଦାହ କରିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉ ଥିବା ପ୍ରକାଶ କରିଛନ୍ତି I ବିଏସଏଫ ଯବାନ ଶହୀଦ ଦିନେଶ ପାତ୍ରଙ୍କ ଶେଷକୃତ୍ୟ ସମୟରେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଏବଂ ତତ୍କାଳୀନ ଉପଜ଼ିଲ୍ଲା ପାଳ ଉପସ୍ଥିତ ଥିଲେ l ୱାର୍ଡ଼ବାସୀଙ୍କ ଅଭିଯୋଗ କ୍ରମେ ଖୁବ ଶୀଘ୍ର ମଶାଣିର ଜମି ଚି଼ହ୍ନଟ ଶବ ଗୃହ, ପାଚେରୀ, ଆଲୋକ ଏବଂ ପାଣି ବ୍ୟବସ୍ଥା କରାଯିବ ବୋଲି ନିର୍ଭର ପ୍ରତିଶୃତି ମଧ୍ୟ ଦେଇଥିଲେ I କିନ୍ତୁ ବର୍ତ୍ତମାନ ସୁଦ୍ଧା ସେହି ପ୍ରତିଶୃତି ପ୍ରତିଶ୍ରୁତିରେ ହିଁ ରହିଛି ବୋଲି ତିନି ୱାର୍ଡ ବାସୀ ମତପ୍ରକାଶ କରିଛନ୍ତି I ଯଦି ତୁରନ୍ତ ମଶାଣି କାମ ନହୁଏ, ତାହାହେଲେ ଆଗାମୀ ଦିନରେ ଅଞ୍ଚଳ ବାସୀ ରାଜ ରାସ୍ତା ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି I

Related news

Skip to toolbar