କନ୍ଧମାଳ ସନ୍ତାନ

Breaking News

କେୟାର ନେତ୍ରମ ତରଫରୁ ଶ୍ରାହାନି କେତା ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ………

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ବ୍ଲକ ଶ୍ରାହାନି କେତା ଗ୍ରାମ ପଞ୍ଚାୟତ ଠାରେ କେୟାର ନେତ୍ରମ ପକ୍ଷରୁ ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକଙ୍କ ତତ୍ତ୍ୱବାଭ ଧାନରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି I ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ଶ୍ରାହାନି କେତା ଗ୍ରାମ ପଞ୍ଚାୟତର ୧୬ଟି ୱାର୍ଡ ଯଥା ତେରାବାଡ଼ି, ଡାବୁଲମାହା, ସୁଲୁ ମାହା, ଟକେର ମାଲା, ଗଞ୍ଜୁ ଗୁଡ଼ା, ସାଲାଏଜୁ ଇତ୍ୟାଦି ଗ୍ରାମରୁ ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ବୃଦ୍ଧା, ବୃଦ୍ଧ, ଛାତ୍ରଛାତ୍ରୀ ଯୋଗ ଦେଇ ଚକ୍ଷୁ ଚିକିତ୍ସା କରିଥିଲେ I ନେତ୍ରମ କେୟାର ପାଖରୁ ଡାକ୍ତର ସୁବଳ ମଲ୍ଲଙ୍କ ନେତୃତ୍ୱରେ ଚାରିଜଣିଆ ଡାକ୍ତରୀ ଦଳ ଚକ୍ଷୁ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରି ଚଷମା ପ୍ରଦାନ କରିଥିଲେ I ଏହିଭଳି ଭାବରେ କେୟାର ନେତ୍ରମ ତରଫରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଚକ୍ଷୁ ରୋଗୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଉ ଥିବା ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି I କେୟାର ନେତ୍ରମ ପକ୍ଷରୁ ୧-୧୦ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ଚିକିତ୍ସା ସହ ଚଷମା, ଅସ୍ତ୍ରପ୍ରଚାର ଏବଂ ମତିଆ ବିନ୍ଦୁର ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣାରେ କରାଯାଉ ଥିବା ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକ ମତବ୍ୟକ୍ତ କରିଛନ୍ତି I ଏହି ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ସମାଜସେବୀ ଦେବେନ୍ଦ୍ର ନାୟକ ସହଯୋଗ କରିଥିଲେ I

Related news

Skip to toolbar