କନ୍ଧମାଳ ସନ୍ତାନ

Breaking News

ବାଲିଗୁଡ଼ା ଏନଏସି ଉପାଧ୍ୟକ୍ଷା ହେଲେ ଶାନ୍ତି ନାୟକ: ମହିଳାଙ୍କ ବିକାଶ ଦିଗରେ କରିବି କାମ- ପୌର ଉପାଧ୍ୟକ୍ଷା

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିର ପୌର ଉପାଧ୍ୟକ୍ଷା ହେଲେ ଶାନ୍ତି ନାୟକ । ବିଜୁ ଜନତା ଦଳରୁ ପ୍ରାର୍ଥିନୀ ହୋଇଥିବା ଶାନ୍ତି ନାୟକ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି l ଶାନ୍ତିଙ୍କ ପ୍ରସ୍ତାବକ ଭାବେ ବିଭୂତି ଭୂଷଣ ଲହରିଆ ଥିବା ବେଳେ ପଦ୍ମାଳୟା ନାୟକ ସମର୍ଥକ ଥିଲେ l

ଖବର ଅନୁଯାୟୀ, ଶାନ୍ତି ନାୟକ ବିଜେଡି ଟିକେଟରେ ୫ ନମ୍ବର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ l ବିଜୟୀ ହେବା ପରେ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ପ୍ରତାପ ଜେନା, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ବାଲିଗୁଡା ବ୍ଳକ ବିଜେଡି ସଭାପତି ଟୁନା ଦାସ ଓ ଅନ୍ୟମାନଙ୍କୁ କୃତଜ୍ଞତା ଜଣାଇବା ସହ ବାଲିଗୁଡା ଏନଏସିର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି l ତାଙ୍କର ଏହି ବିଜୟର ଶ୍ରେୟ ସେ ବରିଷ୍ଠ ନେତା ଟୁନା ଦାସଙ୍କୁ ଦେଇଛନ୍ତି l

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେ ବିଶେଷ କରି ମହିଳାମାନଙ୍କ ବିକାଶ ଦିଗରେ ପ୍ରାଧାନ୍ୟ ଦେବେ l ବିଜେଡି ମହିଳା ସଙ୍ଗଠନ ଯେପରି ଶକ୍ତିଶାଳୀ ଓ ମଜଭୁତ ହେବ ସେନେଇ ସେ ଉଦ୍ୟମ କରିବେ l ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବାପରେ ଶାନ୍ତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି l

Related news

Skip to toolbar