କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଉପ-ନଗରପାଳ ନିର୍ବାଚନ, ବାଜି ମାରିଲା ବିଜେଡି

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ ଉପ-ନଗରପାଳ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଛି I ଏହି ନିର୍ବାଚନରେ ବିଜେଡି କାଉନସିଲର ସନ୍ତୋଷ କୁମାର ବାଘ ୧୦/୦୩ ଭୋଟରେ ଵିଜୟ ହାସଲ କରି ଉପ-ନଗରପାଳ ଭାବେ ନିର୍ବାଚିତ ହୋଇଛନ୍ତି I ଆଜି ସକାଳେ ନିର୍ବାଚନ ଅଧିକାରୀ ଶୁଭ୍ରାଞ୍ଜଳୀ ପ୍ରଧାନ ନିର୍ବାଚନ ଆୟୋଜନ କରିଥିଲେ I ଏହି ନିର୍ବାଚନକୁ ନେଇ ଘୁ.ଉଦୟଗିରି ସହର ପୁରା ଚଳଚଞ୍ଚଳ ରହିଥିଲା I ଉପ-ନଗରପାଳ ନିମନ୍ତେ ୱାର୍ଡ ୧ର ବିଜେଡି କାଉନସିଲର ସନ୍ତାଷ କୁମାର ବାଘ, ୱାର୍ଡ ୬ର ବିଜେଡି କାଉନସିଲର ଲେକ୍ଚରର ବୁଲିଆନ, ୱାର୍ଡ ୧୦ର ବିଜେପି କାଉନସିଲର କୁନ୍ତୀମା ମଲ୍ଲୀକ ନାମାଙ୍କନ ପତ୍ର ଦାଖଲ କରିଥିଲେ I ଉପ-ନଗରପାଳ ନିମନ୍ତେ ଭୋଟ ଗ୍ରହଣ ହେବା ପରେ ପ୍ରଥମ ରାଉଣ୍ଡରେ ସନ୍ତୋଷ କୁମାର ବାଘ ୭ଖଣ୍ଡ, ଲେକ୍ଚରର ବୁଲିଆନ ୩ ଖଣ୍ଡ ଓ କୁନ୍ତୀମା ମଲ୍ଲୀକ ୩ ଖଣ୍ଡ ଭୋଟ ପାଇ ଥିଲେ I ଲେକ୍ଚରର ବୁଲିଆନ ୩ ଖଣ୍ଡ ଓ କୁନ୍ତୀମା ମଲ୍ଲୀକ ୩ ଖଣ୍ଡ ଭୋଟ ପାଇ ଥିବାରୁ ନିର୍ବାଚନ ଅଧିକାରୀ ଲେକ୍ଚରର ବୁଲିଆନ ଓ କୁନ୍ତୀମା ମଲ୍ଲୀକଙ୍କ ମଧ୍ୟରେ ଲଟେରୀ କରି ଥିଲେ I ଯାହା ପାଇଁ ଲେକ୍ଚରର ବୁଲିଆନ ନିର୍ବାଚନରୁ ବାଦ ପଡ଼ି ଥିଲେ I ପୁଣି ବିଜେଡି କାଉନସିଲର ସନ୍ତାନ କୁମାର ବାଘ ଓ କୁନ୍ତୀମା ମଲ୍ଲୀକଙ୍କ ପାଇଁ ଭୋଟ ଗ୍ରହଣ ହୋଇ ଥିଲା I ଏହି ଭୋଟ ଗ୍ରହଣରେ ବିଜେଡି କାଉନସିଲର ସନ୍ତାନ କୁମାର ବାଘଙ୍କୁ ୧୦ ଖଣ୍ଡ ଓ କୁନ୍ତୀମା ମଲ୍ଲୀକଙ୍କୁ ୩ ଖଣ୍ଡ ଭୋଟ ମିଳି ଥିବାର ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ I ଶେଷରେ ସନ୍ତାନ କୁମାର ବାଘ ଉପ-ନଗରପାଳ ଭାବରେ ନିର୍ବାଚିତ ହୋଇ ଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି I ଏହି ମତ ଦାନରେ ବିଜେଡିର ୭ ଜଣ, ବିଜେପିର ୪ ଜଣ, କଂଗ୍ରେସର ଓ ସ୍ଵାଧୀନର ଜଣେ ଲେଖାଏଁ କାଉନସିଲର ଅଂଶ ଗ୍ରହଣ କରିଥିଲେ I

Related news

Skip to toolbar