କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଲୋକସମ୍ପର୍କ ଓ ସୂଚନା ବିଭାଗ ପକ୍ଷରୁ ୮୭ ତମ ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ……

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଘୁ.ଉଦୟଗିରି ଉପଖଣ୍ଡ ଲୋକସମ୍ପର୍କ ଓ ସୂଚନା ବିଭାଗ ପକ୍ଷରୁ ୮୭ ତମ ଉତ୍କଳ ଦିବସ ପାଳିତ ହୋଇଛି I

କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ/ଅତିରିକ୍ତ ଉପଜିଲ୍ଲାପାଳ ଆଶିଷ ତ୍ରିପାଠୀ, ବ୍ଲକ ଅଧକ୍ଷା ସୁଷମା ପ୍ରଧାନ, ଏନଏସି ଅଧକ୍ଷା ଭାନୁପ୍ରଭା ମିଶ୍ର, ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ, ଅତିରିକ୍ତ ତହସିଲଦାର ଧୂଶାସନ ସ୍ୱାଇଁ, ଆଇଆଇସି ରେବତୀ ଶବର, ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ଯୁବ ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ବାଦିକ ପ୍ରଶନ କୁମାର ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ କଳିଙ୍ଗ ମହା ବିଦ୍ୟାଳୟର ଅଧ୍ୟାପକ ଡଃ ନଳିନିକାନ୍ତ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥିଲେ I ଆଜି ସକାଳେ ମୂଖ୍ୟ ଅତିଥି, ସମ୍ମାନୀୟ ଅତିଥି ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ସଭାଯାତ୍ରାରେ ସହର ପରିକ୍ରମା କରିବା ସହ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ I ଉତ୍କଳ ଦିବସ ପାଳନ ଅବସରରେ ଅତିରିକ୍ତ ଉପଜିଲ୍ଲାପାଳ ପାଳଙ୍କ କାର୍ଯ୍ୟାଳୟରେ ସଭା ଅନୁଷ୍ଠିତ ହୋଇ ଥିଲା I ଏହି ସଭାରେ ମୁଖ୍ୟ ବକ୍ତା, ମୂଖ୍ୟ ଅତିଥିମାନେ ଉତ୍କଳ ଦିବସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଉତ୍କଳ ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇ ଥିଲା I ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୧୮ ଜଣ ଛାତ୍ରଛାତ୍ରୀଙ୍କ ସମେତ ଦେଶାତ୍ମକବଦ୍ଧ ସଙ୍ଗୀତ ଗାନ କରିଥିବା ୨ ଦୁଇ ଦଳର ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ଥିଲା I ଏହି କାର୍ଯ୍ୟକ୍ରମକୁ ଘୁ.ଉଦୟଗିରି ଲୋକସମ୍ପର୍କ ଓ ସୂଚନା ବିଭାଗର ଅଧିକାରୀ ସୁଦର୍ଶନ ବେହେରା ପରିଚାଳନା କରିଥିଲେ I ଶେଷରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ/ଅତିରିକ୍ତ ଉପଜିଲ୍ଲାପାଳ ଆଶିଷ ତ୍ରିପାଠୀ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ I

Related news

Skip to toolbar