କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ବିଶ୍ଵ ବ୍ୟାଙ୍କ ଓ ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ବାରା ପ୍ରାୟୋଜିତ ଶିକ୍ଷା ଓ କର୍ମସଂସ୍ଥାନ ସଂପର୍କୀୟ ଏକ କର୍ମଶାଳା ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ତଥା ସାଧନ କର୍ମୀ ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ ଯୋଗ ଦେଇ ପ୍ରଶାସନିକ ସେବା ଅଧିକାରୀ ପାଇଁ ପ୍ରସ୍ତୁତି ସଂପର୍କରେ ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିବା ସହିତ ଆଗାମୀ ଦିନରେ ଛାତ୍ର ଛାତ୍ରୀମାନଙ୍କୁ ଏହା ସଂପର୍କରେ ସବିଶେଷ ଶିକ୍ଷାଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ I ଅନ୍ୟତମ ଅତିଥି ଭାବରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସଙ୍ଗିତା ବେହେରା ଯୋଗ ଦେଇଥିଲେ I ଅଧ୍ୟାପିକା ସୁଭଦ୍ରା ସାହୁ ପ୍ରାକ୍ ସୂଚନା ଦେଇଥିବା ବେଳେ ଅଧ୍ୟାପକ ଡଃ ପ୍ରସନ୍ନ କୁମାର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ I ଡଃ ରାଜେଶ ବାଗଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ରୂପବନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ I