କନ୍ଧମାଳ ସନ୍ତାନ

Breaking News

ଘୁ. ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ଜନପ୍ରତିନିଧିଙ୍କୁ ସ୍ୱାଗତ କଲେ କାର୍ଯ୍ୟନିର୍ବାହୀ ଅଧିକାରୀ…..

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ ନିର୍ବାଚିତ ନୂତନ ଅଧ୍ୟକ୍ଷା ଓ କାଉନସିଲରମାନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି I ପ୍ରଥମ ପରିଷଦର ଏହି ବୈଠକ ନିର୍ବାଚନ ଅଧିକାରୀ ତଥା ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଦ୍ୱାରା ଆୟୋଜିତ କରାଯାଇଥିଲା I ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକାରୀ ଓ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସମସ୍ତ ନବନିର୍ବାଚିତ ଅଧ୍ୟକ୍ଷା ଓ କାଉନସିଲରମାନଙ୍କୁ ସ୍ଵାଗତ ଜଣାଇଥିଲେ I ବୈଠକ ଆରମ୍ଭରୁ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଶଢ଼ଙ୍ଗୀ ସ୍ବାଗତ କରିବା ସହ ବୈଠକ ପରିଚାଳନା ନିମନ୍ତେ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଥିଲେ I ନିର୍ବାଚନ ଅଧିକାରୀ ସମସ୍ତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇବା ସହ ପରିଷଦ ନିମନ୍ତେ ଉପାଧ୍ୟକ୍ଷ ଆସନ ନିର୍ବାଚନ ନିମନ୍ତେ ସମୟ ଓ ତାରିଖ ଘୋଷଣା କରିଥିଲେ I ଆସନ୍ତା ୭/୦୪/୨୦୨୨ ଦିନ ସକାଳ ୧୦ ଘଣ୍ଟିକା ଠାରୁ ୧୧ ଘଣ୍ଟିକା ପର୍ଯ୍ୟନ୍ତ ଉପାଧ୍ୟକ୍ଷ ଆସନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ, ୧୧ ରୁ ୧୨ ଘଣ୍ଟିକା ନାମାଙ୍କନ ପତ୍ର ଯାଞ୍ଚ୍ ଓ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସମୟ, ୧.୩୦ ଠାରୁ ୩.୩୦ ପର୍ଯ୍ୟନ୍ତ ଭୋଟ ଗ୍ରହଣ ସମୟ ଥିବା ବେଳେ ଭୋଟିଂ ସରିବା ପରେ ଗଣତି ଓ ଫଳା ଫଳ ଘୋଷଣା ହେବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ I ନୂତନ ଅଧ୍ୟକ୍ଷା ଭାବେ ଶ୍ରୀମତୀ ଭାନୁପ୍ରଭା ମିଶ୍ର ସ୍ଥାନୀୟ ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କୁ ଗ୍ରୀଷ୍ମ ଋତୁରେ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଜନସାଧରଣଙ୍କୁ ସଠିକ୍ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ତାଗିଦ୍ କରିଥିଲେ ଓ ଅଞ୍ଚଳର ବିଦ୍ୟୁତ୍ ବିଭାଗ ସଞ୍ଚାଳନ ନିମନ୍ତେ ଥିବା ଅଧିକାରୀଙ୍କୁ ସମସ୍ତ ସାହି ଓ ସହରରେ ଥିବା ଷ୍ଟ୍ରିଟ ଲାଇଟ୍ ଗୁଡ଼ିକୁ ସଜାଡ଼ିବା ପାଇଁ କହିଥିଲେ I ପ୍ରଥମ ବୈଠକରେ ସମସ୍ତ କାଉନସିଲର ନିଜ ୱାର୍ଡ଼ର ଜଳ ସମସ୍ୟାକୁ ଉପସ୍ଥାପନ କରିବା ସହ ତାର ସମାଧାନ ପାଇଁ ଯୁକ୍ତି ବାଢ଼ିଥିଲେ I ଆଜିର ବୈଠକରେ ସମସ୍ତ କାଉନସିଲର ଉପସ୍ଥିତ ରହି ଥିବା ବେଳେ କେବଳ ୫ ନମ୍ବର ୱାର୍ଡ କାଉନସିଲର ପି. ସଞ୍ଜୀବ ପାତ୍ର ଅନୁପସ୍ଥିତ ରହିଥିଲେ I ଶେଷରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଶଢ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ I

Related news

Skip to toolbar