କନ୍ଧମାଳ ସନ୍ତାନ

Breaking News

ଆରାଶ୍ମିନ୍ ଜନତା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରିଅ ବିଜ୍ଞାନ ମେଳା ଉଦଘାଟିତ, ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ଠାରେ ଥିବା ଆରାଶ୍ମିନ୍ ଜନତା ଉଚ୍ଚ ବିଦ୍ୟାଳୟ ଠାରେ ଦିନିକିଆ ବ୍ଲକ ସ୍ତରିଅ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଆଜିକାର ବିଜ୍ଞାନ ମେଳାରେ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇ ନିଜର ଜ୍ଞାନ କୌଶଳ ପରିବେଷଣ କରିଛନ୍ତି I

ଏହି ବ୍ଲକ ସ୍ତରିଅ ବିଜ୍ଞାନ ମେଳାକୁ ନବ ନିର୍ବାଚିତ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ତ୍ରିଶିଳା ପ୍ରଧାନ, ଉପାଧ୍ୟକ୍ଷ ଏନ ଲୁକ, ଜିଲ୍ଲା ପରିଷଦ ସଦସ୍ୟା ଲିଲିମା ପ୍ରଧାନ ପ୍ରମୁଖ ସମ୍ମାନୀୟ ଅତିଥିଭାବରେ ଯୋଗଦେଇଥିଲେ I ବିଜ୍ଞାନ ମେଳାକୁ ଦେଖିବାପାଇଁ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି I ଏହି ବିଜ୍ଞାନ ମେଳାରେ ଯୋଗ ଦେଇ ଜ୍ଞାନ କୌଶଳ ଦେଖାଇଥିବା ୬ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସୃତ କରାଯିବ ବୋଲି ଆରାଶ୍ମିନ୍ ଜନତା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍ ଡି ଜାମିଲ୍ କହିଛନ୍ତି I ଏଥିରେ ବ୍ଲକରେ ଥିବା ସମସ୍ତ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ସୁଚନା ମିଳିଛି ଆରଶ୍ମିନ ଜନତା ଉଚ୍ଚାବିଦ୍ୟାଳ ପକ୍ଷରୁ ସୂଚନା ମିଳିଛି I ଛାତ୍ରଛାତ୍ରୀଙ୍କ ଜ୍ଞାନ କୌଶଳକୁ ଲୋକଲୋଚନକୁ ଆଣିବା ପାଇଁ ଏହି ପରିଭାବରେ ବିଜ୍ଞାନ ମେଳାର ଆୟୋଜନ କରାଯିବ ବୋଲି ଘୁ.ଉଦୟଗିରି ବ୍ଲକ ଏବିଇଓ ମିହୀର କାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି I

Related news

Skip to toolbar