କନ୍ଧମାଳ ସନ୍ତାନ(ବ୍ୟୁର): ଚଳିତ ପଂଚାୟତର ରାଜ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲାର ଜୋନ୍-୫ ଅର୍ଥାତ ଘୁ.ଉଦୟଗିରି ବ୍ଲକ ଜିଲ୍ଲା ପରିଷଦ ଭାବେ ପ୍ରତିଦ୍ୱନ୍ଦୀତା କରୁଥିବା କିଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ହୀରାବତୀ ପ୍ରଧାନଙ୍କ ସକାଶେ ପ୍ରଚାରକୁ ଜୋରସର କରିଛି ଘୁ.ଉଦୟଗିରି କିଂଗ୍ରେସ I ବ୍ଲକ ସଭାପତି ଓ ଜିଲ୍ଲା କଂଗ୍ରେସର ନିର୍ଦ୍ଧେଶ କ୍ରମେ ଯୁବ କଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ ପ୍ରଚାରର ମଙ୍ଗ ଧରିଥିବା ଦେଖା ଦେଇଛି I
କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ସୂର୍ଯ୍ୟକାନ୍ତ ନାୟକ, ଜିଲାପରିଷଦ ପ୍ରାର୍ଥୀ ହୀରବତୀ ପ୍ରଧାନ, ନାରିନେତ୍ରୀ ମଧୁଲିନା ଦିଗାଲ, ଯୁବ ନେତା ଦେବାଶିଷ ଦିଗାଲଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀ କତିଙ୍ଗିଆ, ଲିଙ୍ଗଗଡ଼, ରାଇକଲା, ଗ୍ରେସିଙ୍ଗିଆ, କଳିଙ୍ଗିଆ ଗ୍ରାମପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମ ବୁଲି କଂଗ୍ରେସ ଦଳର ଚିନ୍ତା ଧାରାକୁ ଭୋଟର୍ସଙ୍କୁ ବୁଝାଇ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି I ଆଜି କଳିଙ୍ଗିଆ ଗ୍ରାମ ପଞ୍ଚାୟତର କୁର୍ମିଙ୍ଗିଆ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ପ୍ରଚାର କରାଯାଇଛି I ଆଜିକାର ଏହି ପ୍ରଚାର କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ସମେତ ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ, କଳିଙ୍ଗିଆ ଗ୍ରାମପଞ୍ଚାୟତ ସଭାପତି ଜିଖରୀୟ ନାୟକ, ବରିଷ୍ଠ କଂଗ୍ରେସ କର୍ମୀ ସୂର୍ଯ୍ୟକାନ୍ତ ନାୟକ, ଜିଲ୍ଲା ପରିଷଦ ପ୍ରାର୍ଥ ହୀରାବତୀ ପ୍ରଧାନଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ I ଘୁ.ଉଦୟଗିରି ବ୍ଲକରେ କଂଗ୍ରେସର ସ୍ଥିତିକୁ ନେଇ ଆମେ ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ପ୍ରତିକ୍ରିୟା ପଚାରି ବୁଝି ଥିଲୁ I ଘୁ.ଉଦୟଗିରି ବ୍ଲକ ଓ ନିର୍ବାଚନ ମଣ୍ଡଳୀ କଂଗ୍ରେସର ଦୁର୍ଗ I ଚଳିତ ପଂଚାୟତ ନିର୍ବାଚନ ହେଉ ବା ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ହେଉ, ଜୋନ-୫ରେ କଂଗ୍ରେସ ଦଳର ସ୍ଥିତି ବିଜେଡି ଓ ବିଜେପି ଠାରୁ ବହୁତ ଭଲ ରହିବ ଓ କଂଗ୍ରେସ ବିଜୟ ହାସଲ କରିବ I
ଏହି ନିର୍ବାଚନରେ ଘୁ.ଉଦୟଗିରି ବ୍ଲକର ଜନସାଧାରଣ ବିଫୁଳ ସଂଖ୍ୟାରେ କଂଗ୍ରେସ ଦଳକୁ ଭୋଟ ଦେଇ କଂଗ୍ରେସ ପ୍ରାର୍ଥୀ ହୀରାବତୀ ପ୍ରଧାନଙ୍କୁ ନିର୍ବାଚିତ କରିବେ ବୋଲି ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି I କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ହୀରାବତୀ ପ୍ରଧାନ ଜଣେ ଉଚ୍ଚ ଶିକ୍ଷିତା ମହିଳା, ଅଵସର ପ୍ରାପ୍ତ ଶିକ୍ଷୟତ୍ରୀ ଓ ସମାଜ ସେବୀ ଏହା ସହ ଘୁ.ଉଦୟଗିରି ବ୍ଲକ କଂଗ୍ରେସର ଗଡ଼ I କଂଗ୍ରେସ ଦଳ ପକ୍ଷରୁ ଜଣେ ଉଚ୍ଚ ଶିକ୍ଷିତା ମହିଳା ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ବନ୍ଦିତା କରୁଥିବାରୁ ଜୋନ-୫ର ଜନସାଧାରଣ ବହୁତ ଖୁସି ଅଛନ୍ତି ଓ କିଂଗ୍ରେସ ଦଳକୁ ବିଫୁଳ ସଂଖ୍ୟାରେ ଭୋଟ ଦେଇ ନିର୍ବାଚିତ କରିବେ ବୋଲି ବରିଷ୍ଠ କଂଗ୍ରେସ କର୍ମୀ ସୂର୍ଯ୍ୟକାନ୍ତ ନାୟକ ପ୍ରତିକ୍ରିୟା ଦେଇଛନ୍ତି I ନିଜ ଗଡ଼କୁ ସୁରକ୍ଷିତ ରଖିବା ପାଇଁ ଘୁ.ଉଦୟଗିରି କଂଗ୍ରେସ ଡୋର ଟୁ ଡୋର କ୍ୟାମ୍ପେନିଙ୍ଗକୁ ଗୁରୁତ୍ୱ ଦେଉଥିବା ଦେଖା ଦେଇ ପ୍ରତ୍ୟେକ ଭୋଟର୍ସଙ୍କ ପାଖକୁ ପହଞ୍ଚୁ ଥିବାର ଦେଖା ଦେଇଛି I ଭୋଟର୍ସଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଏକ ରଣନୀତି ପ୍ରସ୍ତୁତ କରି ରଣକ୍ଷେତ୍ରକୁ କଂଗ୍ରେସ ଓଲ୍ହାଇଛି ବୋଲି ଘୁ.ଉଦୟଗିରି ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ କହିଛନ୍ତି I