କନ୍ଧମାଳ ସନ୍ତାନ

Breaking News

ପ୍ରଶାନ୍ତି ବିହାର ପ୍ରିମିଅର ଲିଗ (PPL – 5) ସଟ୍ ବାଉଣ୍ଡରୀ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେ ଉଦଯାପିତ…..

କନ୍ଧମାଳ ସନ୍ତାନ(ବ୍ୟୁର): ଦି କ୍ଲବ ପକ୍ଷରୁ ଆୟୋଜିତ ପ୍ରଶାନ୍ତି ବିହାର ପ୍ରିମିଅର ଲିଗ (PPL – 5) ସଟ୍ ବାଉଣ୍ଡରୀ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେ ଉଦଯାପିତ ହୋଇଯାଇଛି । ଏଥିରେ ଏଚ୍ ଆର ଏ ଷ୍ଟିକରସକୁ ହରାଇ ଲିପନ୍ ଆଭେଞ୍ଜର ଚମ୍ପିୟନ ହୋଇଛି । ଦୀର୍ଘ ତିନି ଦିନ ଧରି ୬ଟି ଦଳ ମଧ୍ୟରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ରବିବାର ଫାଇନାଲ ମ୍ୟାଚ ଲିପନ୍ ଆଭେଞ୍ଜର ଓ ଏଚ୍ ଆର ଏ ଷ୍ଟିକରସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲିପନ୍ ଆଭେଞ୍ଜର ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୫ଟି ୱିକେଟ ହରାଇ ୫୦ ରନ ସଂଗ୍ରହ କରିଥିଲା ଜବାବରେ ଏଚ୍ ଆର ଏ ଷ୍ଟିକରସ ୮ ଓଭରରେ ୪୦ ରନ କରିବାକୁ ସକ୍ଷମ ହୋଇଥିଲା ।

ଏଥିସହ (ପିପିଏଲ୍ – ୫)- ୨୦୨୨ର ଲିପନ୍ ଆଭେଞ୍ଜର ଚମ୍ପିୟନ ହୋଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ବର ଜଣାଶୁଣା ସମାଜସେବୀ ମିହିର କୁମାର ରାଉତ ଓ ସୌରଭ ସେହେଗାଲ (ପୂର୍ବତନ ରଞ୍ଜି ଖେଳାଳି) ଚମ୍ପିୟାନ ଦଳକୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗୋ କୁଲ୍ ୱନର ଅମିତ ସିଙ୍ଘାନିଆ, ଯୁଵ ସାମ୍ବାଦିକ ଚକ୍ରଧର ମାଝି,ୱାର୍ଡ ନମ୍ବର – ୨ର ପୂର୍ବତନ ହରିଶ ମୁର୍ମୁ, ପ୍ରଶାନ୍ତି ବିହାର ବିକାଶ ସମିତିର ସଭାପତି ଅରୁଣ ବେହେରା, ସମ୍ପାଦକ ଅନୁକୂଳ ପ୍ରହରାଜ, ବରିଷ୍ଠ ନାଗରିକ ବିକାଶ ମଞ୍ଚର ସଭାପତି ନିରଞ୍ଜନ ବାରିକ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ୬ ଟି ଦଳର ଓନର ଉପସ୍ଥିତ । ଦି କ୍ଲବ ସମସ୍ତ କ୍ରିଡାବିତ ମାନେ ସହେଯାଗ କରିଥିଲେ ।

Related news

Skip to toolbar