କନ୍ଧମାଳ ସନ୍ତାନ

Breaking News

ସିର୍କୀ ଘାଇ ଇକୋ ପାର୍କର ଶିଳାନ୍ୟାସ କଲେ ଜଙ୍ଗଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରିମ କେଶରୀ, ହାଟପଡ଼ି ଦାଣ୍ଡରେ ଗଡ଼ିଲା ଘୁ.ଉଦୟଗିରି ବିଜେଡି କଳି…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ସିର୍କୀ ଘାଇ ଠାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତିକ୍ଷିତ ଇକୋ ପାର୍କର ଆଜି ଭିତ୍ତିପ୍ରସ୍ଥର କରିଛନ୍ତି ମାନ୍ୟବର ଜଙ୍ଗଲ,ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ I ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଏବଂ D. F. O. ଲକ୍ଷ୍ମୀ ନାରାୟଣ ସାହୁ ଯୋଗ ଦେଇ ଥିଲେ I ବହୁ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କୋଭିଡ ନିୟମାନୁସାରେ ଅନୁଷ୍ଠିତ ହୋଇଯାଇଛି I ଏହି ଇକୋ ପାର୍କ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୨୫ ଲକ୍ଷ ମଂଜୁର ହୋଇଛି I ଏହି ପାର୍କର ନିର୍ମାଣ କାମ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବାର ଲକ୍ଷ ରଖାଯାଇଛି I ପାର୍କରେ ରହିଛି ନୌ ବିହାର, ସରସ ସୁନ୍ଦର ଫୁଲ ବଗିଚା, ପାଦ ଚଲା ବାଟ, ପର୍ଯ୍ୟଟକଙ୍କ ନିମନ୍ତେ ପାର୍କରେ ସବୁ ପ୍ରକାର ସୁବିଧା ଉପଲବ୍ଧ ରଖିବା ପାଇଁ ବିଶେଷ ଦୃଷ୍ଟି ଦିଆଯିବ I ପ୍ରକୃତିର ଗନ୍ତାଘର ଏହି ସିର୍କୀ ଘାଈ ଇକୋ ପାର୍କ ଭାବେ ମାନ୍ୟତା ପାଇ କିଛି ଦିନପରେ ଆହୁରି ସରସ ସୁନ୍ଦର ହୋଇ ଏହି ଅଞ୍ଚଳ ଏବଂ ଆଖ ପାଖ ରେ ଥିବା ଦର୍ଶନୀୟ ସ୍ଥାନକୁ ଆହୁରି ଅଧିକ ଆକର୍ଷଣୀୟ କରିତୋଳିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I ବହୁ ଅପେକ୍ଷା ପରେ ଘୁ.ଉଦୟଗିରି ବାସୀଙ୍କୁ ନୂତନ ବର୍ଷରେ “ଇକୋ ପାର୍କ” ଭାବେ ନୂତନ ଭେଟି ଦେଇଥିବା ଯୋଗୁଁ ଅଞ୍ଚଳ ବାସୀଙ୍କ ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି I

ଏହି ଅବସରରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ପୁର୍ବତ୍ତନ ଅଧକ୍ଷ ପି.ସଞ୍ଜୀବ କୁମାର ପାତ୍ର ଦଳୀୟ କର୍ମୀଙ୍କ ସହ ଜଙ୍ଗଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଫୁଲ ତୋଡ଼ା ଦେଇ ସିର୍କୀ ଘାଇ ଠାରେ ସ୍ଵାଗତ ଜଣାଇ ଥିଲେ I ଘୁ.ଉଦୟଗିରିର ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧକ୍ଷ ଓ କନ୍ଧମାଳ ଜିଲ୍ଲା ସାଧାରଣ ସମ୍ପାଦକ ପି ସଂଜୀବ କୁମାର ପାତ୍ର ନିଜ ସମର୍ଥକଙ୍କ ସହ କଳିଙ୍ଗିଆ ଠାରେ ଜଙ୍ଗଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ମହା ଆଡମ୍ବରରେ ସ୍ୱାଗତ କରିବା ପାଇଁ ଅପେକ୍ଷାରେ ଥିବାବେଳେ ଘୁ.ଉଦୟଗିରି ବିଜେଡି ନଗର ସଭାପତି ଗୋପାଳ ମହାପାତ୍ର ଓ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ନିଜ ସମର୍ଥକଙ୍କ ସହ ପଦାସାହି ଠାରେ ଜଙ୍ଗଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରିମ କେଶରୀ ଆରୁଖଙ୍କୁ ସ୍ୱାଗତ କରିବା ପାଇଁ ଆପେକ୍ଷାରେ ଥିବା ଦେଖା ଦେଇଛି I କୋଭିଡ କଟକଣା ଯୋଗୁଁ ଦୁଇ ଗୋଷ୍ଠୀ ମନ୍ତ୍ରୀଙ୍କୁ ସ୍ୱାଗତ କରିପାରି ନ ଥିବା ସୂଚନା ମିଳିଛି I ଜଙ୍ଗଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ସିଧାସଳଖ ସିର୍କୀ ଘାଇକୁ ଯାଇ ଥିଲେ I ବର୍ତ୍ତମାନ ଘୁ.ଉଦୟଗିରି ବିଜେଡିର ନଗର ସଭାପତି ଓ ପୂର୍ବତନ ଅଧକ୍ଷଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡୁଛି I ଯାହାକି ଆଗାମୀ ପଂଚାୟତ ଓ ଏନଏସିରେ ବିଜେଡି ପାଇଁ ବହୁତ ବଡ଼ ସମସ୍ୟା ହୋଇ ପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି I ବର୍ତ୍ତମାନ ଦୁଇ ଗୋଷ୍ଠୀ ନିଜର ପ୍ରଭାବ ବିସ୍ତାର ପାଇଁ ବେଶ ଚେଷ୍ଟା ଚଳାଇ ଛନ୍ତି I

Related news

Skip to toolbar