କନ୍ଧମାଳ ସନ୍ତାନ

Breaking News

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସରକାର : ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନକୁ ଚିଠି

କନ୍ଧମାଳ ସନ୍ତାନ(ବ୍ୟୁର): ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ୱାର୍ଡ ସୀମା ନିର୍ଦ୍ଧାରଣ ସହ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛି ଗୃହ ଓ ନଗର ଉନ୍ନୟନ ବିଭାଗ । କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପୌର ଆଇନ ଓ ମହାନଗର ଆଇନରେ ଅଧ୍ୟାଦେଶ ଜରିଆରେ ସଂଶୋଧନ ଆଣିଛନ୍ତି । ଆଜି ସୁଦ୍ଧା ୧୦୭ ମ୍ୟୁନିସିପାଲିଟି ଓ ଏନଏସି ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ କୁହାଯାଇଛି ।
୧୨ ତାରିଖ ସୁଦ୍ଧା ଆପତି ଅଭିଯୋଗ ଏବଂ ୧୩ ତାରିଖରେ ଶୁଣାଣି ହୋଇ ୨୪ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଁ କୁହାଯାଇଛି । ସେହିପରି ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ୫ ତାରିଖ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ଚିଠା ତାଲିକା ପ୍ରକାଶ କରିବାକୁ କୁହାଯାଇଛି । ୭ ତାରିଖ ସୁଦ୍ଧା ଆପତି ଅଭିଯୋଗର ଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରି ୧୬ ତରିଖ ସୁଦ୍ଧା ଶୁଣାଣି ଶେଷ କରିବାକୁ କୁହାଯାଇଛି ।

Related news

Skip to toolbar