କନ୍ଧମାଳ ସନ୍ତାନ

Breaking News

ଫୋଟ ଉତ୍ତଳନ କରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାଲିଗୁଡ଼ା ଏଡିପିଓଙ୍କ ଦୁର୍ବ୍ୟବହାର, ମୋବାଇଲ ଝାମ୍ପି ନେଵାସହ ମିଥ୍ୟା ଗଞ୍ଜେଇ ମାମଲାରେ ଫସେଇବା ପାଇଁ ଧମକ ଦେଇ ଥିବା ଅଭିଯୋଗ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏସ.ଡି.ପି.ଓ ଙ୍କ ଦୁର୍ବ୍ୟବହାର ସହ ଫୋନରେ ଗଞ୍ଜେଇ ମାମଲାରେ ଛନ୍ଦୀ ଦେବାକୁ ଧମକ ଦେଇ ଥିବା ଅଭିଯୋଗ ହୋଇଛି I ବାଲିଗୁଡାର ଦୈନିକ ଖବର କାଗଜ ଓଡିଶା ଭାସ୍କରରେ କାର୍ଯ୍ୟରତ ସାମ୍ବାଦିକ ସୁବ୍ରତ କୁମାର ମାଝୀ ଙ୍କୁ ଏପରି ଧମକ ମିଳିଥିବା ସାମ୍ବାଦିକ ଅଭିଯୋଗ ଆଣିଛନ୍ତି I ଗତ କାଲି ସନ୍ଧ୍ୟାରେ ବାଲିଗୁଡା ମା ପାଟଖଣ୍ଡା ମାର୍କେଟ ନିକଟରେ ପୁଲିସ ଦ୍ୱାରା ଗାଡି ମୋଟର ଯାଞ୍ଚ ଚାଲିଥିଲା l

ଯାହାର ଖବର ପ୍ରସାରଣ ପାଇଁ କାର୍ଯ୍ୟରତ ସାମ୍ବାଦିକ ସେଠାରେ ପହଂଚି ଭିଡିଓ ନେଉଥିବା ସମୟରେ ହଠାତ ଏସ.ଡି.ପି.ଓ ଗୁଣ୍ଡାଲା ରାଗଭେନ୍ଦ୍ର ମୋବାଇଲ ଛଡାଇନେବା ସହିତ ଦୁର୍ବ୍ୟବହାର କରିଥିଲେ l ପରେ ସାମ୍ୱାଦିକଙ୍କୁ ଫୋନ ମାଧ୍ୟମରେ ଗଞ୍ଜେଇ କେସରେ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ ବାଲିଗୁଡା ଏସ.ଡି.ପି.ଓ I ସାମ୍ବାଦିକ ଓ ଏସ.ଡି.ପି.ଓ ରାଗଭେନ୍ଦ୍ରଙ୍କ ଫୋନରେ ହୋଇଥିବା ବାର୍ତ୍ତାଳାପର ଅଡିଓ ସାମ୍ନାକୁ ଆସିବା ପରେ ସାମ୍ବାଦିକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଏପଟେ ଭୟରେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ସାମ୍ବାଦିକ ଓ ତାଙ୍କ ପରିବାର I ପୁଲିସ ଅଫିସରଙ୍କ ଏହିଭଳି ଆଚରଣ ଓ ଉଚ୍ଚାରଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ I ତେଣୁ ସାମ୍ବାଦିକଙ୍କୁ ଏଭଳି ଦୁଃବ୍ୟବହାର ଓ ଗଂଜେଇ ଭଳି ମିଥ୍ୟା କେସରେ ଫସାଇଦେବାକୁ ଫୋନ ମାଧ୍ୟମରେ ଧମକ ଦେବା ଘଟଣାର ତୁରନ୍ତ ତଦନ୍ତ କରିବା ସହ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ସାମ୍ବାଦିକ ସୁବ୍ରତ ମାଝୀ l ଏହି ଘଟଣା ପ୍ରଚାରିତ ହେବା ପରେ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ସହ ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ଉଠିଛି I ଏସଡିପିଓଙ୍କୁ ଏହି ଭଳିଆ ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ I ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ସମସ୍ତ ସାମ୍ବାଦିକ ଏକଜୁଟ ହୋଇ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ କରିବେ I କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି I ପ୍ରତ୍ୟକ ଦିନ କେଉଁଠି ନା କେଉଁଠି ସରକାରୀ କର୍ମଚାରୀ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରୁଛନ୍ତି I ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି I ଯଦି ଜିଲ୍ଲା ପ୍ରଶାସନ ଏଥିପ୍ରତି ଯତ୍ନବାନ ନ ହୁଅନ୍ତି ତାହା ହେଲେ ଆଗାମୀ ଦିନରେ ଜିଲ୍ଲାର ସାମ୍ବାଦିକ ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି କନ୍ଧମାଳ ଗଣମାଧ୍ୟମ ସଂଘର ଉପସଭାପତି ଗଗନ କୁମାର ପ୍ରଧାନ କହିଛନ୍ତି I ସେହିପରି ଗଣମାଧ୍ୟମ ସଂଘର ଉପସଭାପତି ଫିଲିପ କୁମାର ଦିଗାଲ ମଧ୍ୟ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି I ପ୍ରଶାସନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ଭଳି ଦୁର୍ବ୍ୟବହାର ଓ ଧମକ ଦେବାରୁ ନିବୃତ ରୁହନ୍ତୁ ନ ହେଲେ ଅବସ୍ଥା ଅସମ୍ଭାଳ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି I ଏହି ଘଟଣାକୁ କନ୍ଧମାଳ ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସଭାପତି ସନ୍ତୋଷ ଦାସଙ୍କ ସମେତ ଗଣମାଧ୍ୟମ ସଙ୍ଘର ସମ୍ପାଦକ ଇମାନୁଏଲ ନାୟକଙ୍କ ସମେତ ସଂଘର ସଦସ୍ୟ ଇଶ୍ମାଇଲ ନାୟକ, ସୀମାଞ୍ଚଳ ସାହୁ, ପ୍ରଳୟ ରାୟ, ପ୍ରବୀଣ ପଟ୍ଟନାୟକ, ତପସ୍ୱିନୀ ମଲ୍ଲୀକ, କେ.ଲିଲିମା ରାଓ, ପ୍ରଭାତ ନନ୍ଦ,ସୁଜିତ କୁମାର ସାହୁ, ଅନୀଲ କୁମାର ଦଳବେହେରା ପ୍ରମୁଖ ଦୃଢ଼ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି I

Related news

Skip to toolbar