କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ବ୍ଲକରେ ନିଯୁକ୍ତି ଓ ପରାମର୍ଶ ଭିତିକ ନିଯୁକ୍ତି ମେଳା ଅନୁଷ୍ଠିତ…

କନ୍ଧମାଳ ସନ୍ତାନ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ପରିସରରେ ନିଯୁକ୍ତି ଓ ପରାମର୍ଶ ଭିତିକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି I ଏହି ମେଳାରେ ବ୍ଲକର ୮ ଗୋଟି ଗ୍ରାମପଞ୍ଚାୟତର ବେକାର ଯୁବକ ଯୁବତୀ ଯୋଗ ଦେଇଥିଲେ I ରାଜ୍ୟ ସରକାରଙ୍କ ଦ୍ୱାରା ବ୍ଲକ ସ୍ତରରେ ଥିବା ବହୁ ବେକାର ଯୁବକ ଯୁବତୀ ଏହି ମେଳାରେ ନିଜ ନିଜ ନାମ ପଞ୍ଜିକରଣ କରିଥିଲେ I ORMASS ଓ ବ୍ଲକ ଲେବେଲ କାଉନସେଲିଙ୍ଗ କ୍ୟାମ୍ପର ଅଧିକାରୀଙ୍କ ଦ୍ୱାରା ଉପସ୍ଥିତ ଥିବା ବହୁ ଶିକ୍ଷିତ ଯୁବକ ଯୁବତୀଙ୍କୁ ବିଭିନ୍ନ ପ୍ରକାର ଖାଲିପଡ଼ିଥିବା ପଦବୀ ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ କହଁର, DDUGKY ORMASS ରୁ ଭବାନୀଶଙ୍କର ଦାଶ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଭୃଙ୍ଗରାଜ ମହାନ୍ତି, BSSO ସଂଗୀତା ବେହେରା, OLM ସାନୁଜ କୁମାର ପ୍ରଧାନ, ରତିକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ନିଯୁକ୍ତି ମେଳାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ I

Related news

Skip to toolbar