କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ବ୍ଲକରେ ଦକ୍ଷତା ଓ ସାମର୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ପରିସର ମଧ୍ୟରେ ଥିବା ପ୍ରେଖ୍ୟାଳୟ ଠାରେ ଘୁ.ଉଦୟଗିରି ବିଡିଓ ଆଶିଷ ତ୍ରିପାଠୀଙ୍କ ଆବାହନ କ୍ରମେ ଘୁ.ଉଦୟଗିରି ଏବଂ ରାଇକିଆ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ଜନଜାତି ପ୍ରତିନିଧିଙ୍କ ଉପସ୍ଥିତିରେ ଦକ୍ଷତା ଓ ସାମର୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ତାଲିମ ଶିବିରର ପରିଚାଳକ ଥିଲେ W.O. ଉର୍ମିଳା ପ୍ରଧାନ, ମାଷ୍ଟର ଟ୍ରେନର ଜଗତ ଜୀବନ ବଗର୍ତ୍ତୀ, ADWO, ବାଲିଗୁଡ଼ା, ଉପସ୍ଥିତ STPRI ସଭ୍ୟ ସଭ୍ୟା ଙ୍କୁ ତାଲିମ ପ୍ରଦାନ କରିଥିଲେ I ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ କହଁର ଉପସ୍ଥିତ ଥିଲେ I ଏହି ତାଲିମ ଶିବିରରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା STPRI ସଭ୍ୟ ସଭ୍ୟାଙ୍କୁ ଅବଗତ କରାଗଲା ଏବଂ ଜନସାଧାରଣ କିପରି ଏହାର ସୁଯୋଗ ଲାଭ କରିବେ ସେଥି ନିମନ୍ତେ ତାଲିମ ଦିଆ ଯାଇ ଥିଲା I ଏହି ଦୁଇ ଦିନିଆ ତାଲିମ ଶିବିରରେ ଘୁ.ଉଦୟଗିରି ଏବଂ ରାଇକିଆ ବ୍ଲକର 197 ଜଣ STPRI ମେମ୍ବର ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଜ୍ୟୋତିପ୍ରସାଦ ସାହୁ I

Related news

Skip to toolbar