କନ୍ଧମାଳ ସନ୍ତାନ

Breaking News

କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି I
ଘୁ.ଉଦୟଗିରି: ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ଏବଂ ଘୁ.ଉଦୟଗିରି ପଞ୍ଚାୟତ ସମିତି ଅଧୀନରେ ଥିବା ପଞ୍ଚାୟତ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଖଣ୍ଡପଡ଼ା ଶ୍ରୀଯୁକ୍ତ ଅନୁଭବ ପଟ୍ଟନାୟକ ଯୋଗ ଦେଇ ହାତୀଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବିଜୁ କଲ୍ୟାଣ ମଣ୍ଡପରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ଼ ପ୍ରଦାନ କରିଥିଲେ I ସେହିଭଳି ପଞ୍ଚାୟତ ସମିତି ଅଞ୍ଚଳରେ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ରାଜ୍ୟ ଜଳ ସମ୍ପଦ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରି ବ୍ଲକର ତଲାରୀମାହା,କଳିଙ୍ଗା, ମାଲିକାପୋଡି ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମରେ ସ୍ମାର୍ଟ ହେଲଥ କାର୍ଡ଼ ହିତାଧିକାରୀଙ୍କୁ ବଣ୍ଟନ କରିଥିଲେ I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୭୧୩ଟି ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇ ଥିବା ବେଳେ ବ୍ଲକ ଅଞ୍ଚଳରେ ବଣ୍ଟା ଯାଇ ଥିବା ସ୍ମାର୍ଟ କାର୍ଡର ତଥ୍ୟ ମିଳି ପାରିନାହିଁ I ଘୁ.ଉଦୟଗିରି ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୭୮୫୫ଟି କାର୍ଡ ବଣ୍ଟନ କରାଯିବା ପାଇଁ ପାଇଁ ସରକାରଙ୍କ ତରଫରୁ କାର୍ଯ୍ୟକ୍ରମ ରହି ଥିବା ବେଳେ ଆଜି ଘୁ.ଉଦୟଗିରି ଠାରେ ୪୫, ତୋଲାରୀମାହା ୨୦, କଳିଙ୍ଗିଆ ୧୨, ମାଲିକା ପଡ଼ି ଠାରେ ୧୩ଟି କାର୍ଡ ବଣ୍ଟନ କରାଯାଇ ଥିବା ବ୍ଲକ ତରଫରୁ ସୂଚନା ମିଳିଛି I

ଦାରିଙ୍ଗବାଡ଼ି: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା କନ୍ଧମାଳ ଷ୍ଟାଡିୟମ୍ ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟଳୟ ପରିସରମଧ୍ୟରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ବ୍ଲକ ସ୍ତରରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଥିଲେ । ଅତିଥି ଭାବେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର,ତହସିଲଦାର ଚାର୍ଲସ ନାୟକ, ସାଂସଦ ପ୍ରତିନିଧି କ୍ଷେତ୍ରିବଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ମନ୍ତ୍ରୀ ପ୍ରଥମେ ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିବା ବେଳେ ପରେ ଗ୍ରୀନବାଡ଼ି, ଶ୍ରାନିକେତା, ସିମନବାଡ଼ି ଓ କିରୀକୁଟିରେ କାର୍ଡ ବଣ୍ଟନ ହୋଇଥିଲା I ଉକ୍ତ ସ୍ମାର୍ଟ କାର୍ଡ ବଣ୍ଟନ ହେବା ପରେ ଅଂଚଳର ରହିଥିବା ଗରିବ ରାସନ କାର୍ଡ ଧାରୀମାନେ ସ୍ୱାସ୍ଥ୍ୟ ସୁବିଧା ବିନାମୂଲ୍ୟରେ ପାଇପାରିବେ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଉଦବୋଧନ ଦେଇଥିଲେ I ଏଥି ସହିତ ମହିଳାଙ୍କ କ୍ଷେତ୍ରରେ ଅତିତିକ୍ତ ୫ ଲକ୍ଷ ଟଙ୍କାର ସୁବିଧା ମିଳିବ ବୋଲି ମନ୍ତ୍ରୀ କହିଥିଲେ I ବାକି ରହିଥିବା ସ୍ମାର୍ଟ କାର୍ଡ ପର୍ଯ୍ୟାୟ କ୍ରମେ ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ବ୍ଲକ ପକ୍ଷରୁ ଜଣାପଡ଼ିଛି I

ରାଇକିଆ: ରାଇକିଆରେ ପ୍ରଥମ ପର୍ଯ୍ୟାୟ ରେ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି I ଘୁ.ଉଦୟଗିରି ବିଧାୟିକା ସାଲୁଗା ପ୍ରଧାନ I ଆଜି ରାଇକିଆ ପଞ୍ଚାୟତ ରେ ବେରେଡାକିଆ ପଞ୍ଚାୟତ ଏବଂ କଲ୍ୟାଣୀ ମଣ୍ଡପ ଠାରେ ବିଧାୟକଙ୍କ ଦ୍ଵାରା ୧୩ହଜାର ୪୫୬ ଗୋଟି ସ୍ବାସ୍ଥ୍ୟ କାର୍ଡ ବଣ୍ଟନର କରାଯାଇଛି I ସୂଚନା ଅନୁଯାୟୀ ଗରିବ ଲୋକ ମାନେ ସ୍ବାସ୍ଥ୍ୟ ଖରାପ ହେଲେ ମେଡିକାଲ ଚିକିତ୍ସା ପାଇଁ ଅର୍ଥ ନଥିବା ହେତୁ ସେମାନେ ମେଡିକାଲ ଯାଇ ପାରୁନାହାନ୍ତି I ଏନେଇ ରାଜ୍ୟ ସରକାରଙ୍କ ଦ୍ଵାରା ଏକ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି I ମହିଳାମାନଙ୍କ ପାଇଁ ୧୦ଲକ୍ଷ ଟଙ୍କା ଏବଂ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି I ଏହି କାର୍ଯ୍ୟକ୍ରମ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମରଣୀକା ଟୁଳ , ସିଡିପିଅ , ସାଂସଦ ପ୍ରତିନିଧି ଟୁକୁନା ପାଣିଗ୍ରାହୀ , ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ରହିଥିଲେ I ସ୍ବାସ୍ଥ୍ୟ କାର୍ଡ ପାଇ ଲୋକମାନଙ୍କ ମନରେ ନାହଁ ନଥିବା ଖୁସି ଦେଖିବାକୁ ମିଳିଥିଛି I

Related news

Skip to toolbar