କନ୍ଧମାଳ ସନ୍ତାନ

Breaking News

କନ୍ଧମାଳ ଜିଲ୍ଲାର ଫୁଲବାଣୀ ଏବଂ ଘୁ.ଉଦୟଗିରି ଠାରେ ଜାତୀୟ ପ୍ରେସ ଦିବସ ପାଳିତ……

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରେସ କ୍ଲବ ଫୁଲବାଣୀର ମିଳିତରେ ଫୁଲବାଣୀ ପ୍ରେସ କ୍ଲବ ଠାରେ ୫୫ତମ ଜାତୀୟ ପ୍ରେସ ଦିବସ ୨୦୨୧ ପାଳିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ସମ୍ମନିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ଯୋଗଦେଇ ସାମ୍ବାଦିକମାନେ ସମାଜର ଉନ୍ନତି ସକାଶେ ଯେଉଁ ସମାଜ ଧର୍ମୀ ଖବର ପରିବେଶଣ କରୁଛନ୍ତି ଅତି ଆଦରର କଥା I ମହାମାରୀ କୋରନା କାଳରେ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିଲେ I ଏହି ସମାଜର ଜାଗ୍ରତ ପ୍ରହରୀମାନଙ୍କୁ ଆଜିର ଜାତୀୟ ପ୍ରେସ ଦିବସର ଶୁଭେଚ୍ଛା ଜଣାଇବା ଆବଶ୍ୟକ ବୋଲି କହିଥିବାବେଳେ ମୁଖ୍ୟ ବକ୍ତା ଭାବେ ସମ୍ବାଦ ଜିଲ୍ଲା ପ୍ରତିନିଧି ତଥା ଜନଜାତି ଗବେଷକ ଡ଼ଃ ରଞ୍ଜନ କୁମାର ପ୍ରଧାନ ଯୋଗ ଦେଇ ସାମ୍ବାଦିକର ପ୍ରକୃତ କର୍ତ୍ତବ୍ୟ କଣ?? ଜଣେ ଭଲ ସାମ୍ବାଦିକ ଟିଏ ହେବାକୁ ହେଲେ ଲୋକଙ୍କ ସମସ୍ୟା ପ୍ରତି ଜଡ଼ିତ ହେବା ଦରକାର , କେଉଁ ଖବର ପରିବେଷଣ କଲେ ସମାଜର ଉନ୍ନତି ସାଧିତ ହେବା ରେ ସହାୟକ ହେବ ସେ ସମ୍ପର୍କରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆଲୋକପାତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅରୂପ କୁମାର ଜେନା ସାମ୍ବାଦିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି I ସାମ୍ବାଦିକ ପ୍ରକୃତ ସମ୍ବାଦ ପରିବେଷଣ କରି ବିଭିନ୍ନ ସମୟରେ ଆକ୍ରୋଶ ର ଶିକାର ହେଉଛନ୍ତି I ହେଲେ ମଧ୍ୟ ସାମ୍ବାଦିକତା ନିଜର ବ୍ରତ ଭାବରେ ଗ୍ରହଣ କରି ସାମ୍ବାଦିକ ସମ୍ବାଦ ପରିବେଷଣ କରୁଥାଏ ବୋଲି କହିଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶିଵ ପ୍ରସାଦ ତ୍ରିପାଠୀ, ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣା, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଅଶୋକ ମହାନ୍ତି, ଅଶୋକ ପରିଡା, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ I ସାମ୍ବାଦିକ ଅଶୋକ ମହାନ୍ତି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ I ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ ଜାତୀୟ ପ୍ରେସ ଦିବସ ପାଳନ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ସମସ୍ତ ସାମ୍ବାଦିକ ଏବଂ ପ୍ରତ୍ୟେକ ବ୍ଲକ ସ୍ତ୍ରରୀୟ ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ I
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଘୁ.ଉଦୟଗିରି ପ୍ରେସ କ୍ଳବ ଅନୁକୂଲ୍ୟରେ ଉପଖଣ୍ଡ ସ୍ଥରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ବରିଷ୍ଠ ସାମ୍ବାଦିକ ଦେବନାଥ ଦଳବେହେରା, ସାମ୍ବାଦିକ ପ୍ରଶ୍ନ କୁମାର ମିଶ୍ର, ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ବାଦିକ ଅନିଲ କୁମାର ଦଳବେହେରା, ସାମ୍ବାଦିକ କେ ଲିଲିମା ରାଓ, ସାମ୍ବାଦିକ ତପସ୍ୱିନୀ ମଲ୍ଲୀକ, ସାମ୍ବାଦିକ ଗୁପ୍ତେଶ୍ଵର ପ୍ରଧାନ, ସାମ୍ବାଦିକ ସୁଜିତ କୁମାର ସାହୁ, ସାମ୍ବାଦିକ ଚନ୍ଦ୍ର ଶେଖର ପାଢ଼ୀଙ୍କ ସମେତ ଅନ୍ୟ ସାମ୍ବାଦିକ ଉପସ୍ଥିତ ଥିଲେ I ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ ସାମ୍ବାଦିକତାର ଉଦ୍ଧେଶ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ I ଏହା ସହ ଉପଖଣ୍ଡ ସୂଚନାଧିକାରୀଙ୍କ ନିଯୁକ୍ତି, ଉପଖଣ୍ଡ ସୂଚନାଧିକାରୀଙ୍କ କାର୍ଯ୍ୟଳୟର ତଦାରଖ ଓ ମରାମତି ପାଇଁ ଘୁ.ଉଦୟଗିରି ପ୍ରେସ କ୍ଳବ ପକ୍ଷରୁ ଦାବୀ କରାଯାଇଛି I ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଗଗନ କୁମାର ପ୍ରଧାନ ପରିଚାଳନା କରିଥିଲେ I ଆଜିକାର ଏହି ଜାତୀୟ ପ୍ରେସ ଦିବସରେ ପ୍ରେସ କ୍ଳବର କିଛି ସାମ୍ବାଦିକ ବନ୍ଧୁ ବର୍ଷା ଯୋଗୁଁ ଯୋଗ ଦେଇ ପାରିନ ଥିଲେ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଜଣାଇ ଛନ୍ତି I ନିର୍ଭିକ୍ଷ, ତଥ୍ୟାଭିତିକ ସମ୍ବାଦ ପରିବେଷଣ କରିବା ସହ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା କୁ ଉପସ୍ଥାପନ କରିବା ପାଇଁ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ ଆହ୍ୱାନ ଦେଇଛନ୍ତି I ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କର୍ମଚାରୀ ଜ୍ଞାନ ରଞ୍ଜନ କର ଆଜିକାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶେଷରେ ସାମ୍ବାଦିକ ପ୍ରସନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ I

Related news

Skip to toolbar