କନ୍ଧମାଳ ସନ୍ତାନ

Breaking News

ପ୍ରକାଶ ପାଇଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡର ସୀମାରେଖା ଓ ସଂରକ୍ଷିତ ଆସନ ତାଲିକା……

କନ୍ଧମାଳ ସନ୍ତାନ(ବ୍ୟୁର): ଜିଲ୍ଲା ପ୍ରଶାସନ ଦ୍ୱାରା ଆଗାମୀ ପୌର ନିର୍ଵାଚନ ନିମନ୍ତେ ୱାର୍ଡ ସୀମାରେଖା ଓ ସଂରକ୍ଷିତ ଆସନର ଏକକିତା ନକଲ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପହଂଚିଥିବା ପରିଷଦ ପକ୍ଷରୁ ପ୍ରକାଶ I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ମୋଟ ୧୩ଟି ୱାର୍ଡକୁ ନେଇ ଗଠିତ I ଏହି ୧୩ଟି ୱାର୍ଡ ନିମନ୍ତେ ଆଗାମୀ ପୌର ନିର୍ବାଚନ ନିମନ୍ତେ ସଂରକ୍ଷଣ ତାଲିକା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ I ଚାରିଗୋଟି ୱାର୍ଡ ନିମନ୍ତେ ସାଧାରଣ ବର୍ଗ , ଅନ୍ୟ ଚାରିଗୋଟି ୱାର୍ଡ ସାଧାରଣ ବର୍ଗ ମହିଳା, ଅନୁସୂଚିତ ଜନଜାତି ମହିଳା ତିନୋଟି, ଅନୁସୂଚିତ ଜନଜାତି ପୁରୁଷ ଗୋଟିଏ, ଅନୁସୂଚିତ ଜାତି ମହିଳା ଗୋଟିଏ ଏହିପରି ମୋଟ ୧୩ ଜଣ କାଉନସିଲର ନିମନ୍ତେ ସଂରକ୍ଷଣ ପ୍ରକାଶ ପାଇଛି I ସଂରକ୍ଷଣ ତାଲିକା ଅନୁଯାୟୀ ଆଗାମୀ ପୌର ନିର୍ଵାଚନ ନିମନ୍ତେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲା ପ୍ରଶାସନ I

Related news

Skip to toolbar