କନ୍ଧମାଳ ସନ୍ତାନ

Breaking News

ବକେୟା ଟଙ୍କା ନ ମିଳିବାରୁ ଧାରଣାରେ ବସିଲେ ମନରେଗା ଯୋଜନାରେ କାର୍ଯ୍ୟକରି ଥିବା ହିତାଧିକାରୀ

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅଧିନସ୍ଥ ସିମନବାଡ଼ି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମନରେଗା ଯୋଜନାରେ କାର୍ଯ୍ୟ କରି ପ୍ରାପ୍ୟ ନ ପାଇ ଶେଷରେ ଆମରଣ ଅନଶନରେ ବସି ଛନ୍ତି ହିତାଧୃକାରୀ I ଏନେଇ ହିତାଧୁକାରୀ ବାରମ୍ବାର ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ନିରାଶ ହେବା ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀଙ୍କ ଫଟୋ ରଖି ଧାରଣାରେ ବସିଥିଲେ I ସୂଚନାଯୋଗ୍ୟ, ଉକ୍ତ ଯୋଜନାରେ ଗାଈ ଗୁହାଳ ଗୃହ ନିର୍ମାଣ ସହ ଚାଷ ପାଇଁ କୂପ ଖନନ କାର୍ଯ୍ୟ କରାଯାଇଥିଲା I ଏଥି।ପାଇଁ ଏହି ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ କେବଳ ଶ୍ରମିକଙ୍କ ମଜୁରୀ ବାବଦକୁ ପ୍ରାପ୍ୟ ଦିଆଯାଇଥିବା ବେଳେ ସିମେଣ୍ଟ କଂକ୍ରିଟ୍ ପାଇଁ ପଥର, ମେଟାଲ, ବାଲି, ସିମେଣ୍ଟ, ଲୁହାଛଡ଼ ବାବଦକୁ ଖର୍ଚ୍ଚର ପ୍ରାପ୍ୟ ଏପର୍ଯ୍ୟନ୍ତ ହିତାଧ୍ୟାକାରୀଙ୍କୁ ପ୍ରଦାନ କରାଯାଇ ନାହିଁ I

ଫଳରେ ହିତାଧିକାରୀ ସାହୁକାରମାନଙ୍କ ଠାରୁ ବକେୟା ଆଣିଥୁବା ମେଟେରିଆଲର ଅର୍ଥ ଶୁଝି ନ ପାରି ଋଣଗ୍ରସ୍ତ ହୋଇ ଥିବା କହିଛନ୍ତି I ପ୍ରଶାସନ ତାଙ୍କ ଦାବି ୪ ତାରିଖ ମଧ୍ୟରେ ନ ଶୁଣିଲେ ଆମରଣ ଅନଶନରେ ବସିବାକୁ ହିତାଧୂରୀ ଚେତାବନୀ ଦେଇଥିଲେ I ଏହି ଅନଶନରେ ହିତାଧୂକାରୀ ରଞ୍ଜନ ଦିଗାଳଙ୍କ ସମେତ ପରମେଶ୍ବର ପ୍ରଧାନ, ନଟବର ପ୍ରଧାନ, କେ.ଆମୋଦ ନାୟକ, ପ୍ରକାଶ ପ୍ରଧାନ, ମାଥୁ ମଲିକ, ସୁକାନ୍ତ ପ୍ରଧାନ, ଅମରେନ୍ଦ୍ର ପ୍ରଧାନଣ୍ଡୁ ଦିଗାଳ, ପୀତାମ୍ବର ମାଝି, ନାଦୁ କହଁର ପ୍ରମୁଖ ଧାରଣାରେ ବସି ଥିଲେ I ପରମେ ପ୍ରଧାନ(ସରପଞ୍ଚ ପ୍ରତିନିଧି), ଅମରେନ୍ଦ୍ର ପ୍ରଧାନ, ନଟବର ପ୍ରଧାନ ଏହାର ନେତୃତ୍ୱ ନେଇଥିଲେ I ବିଡିଓ ଗଦାଧର ପାତ୍ର ଧାରଣା ସ୍ଥଳକୁ ଯାଇ ପନ୍ଦର ଦିନ ମଧ୍ୟରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ I ଏହା ପରେ ଧାରଣାରେ ବସିଥିବା ହିତାଧିକାରୀ ଧାରଣା ପ୍ରତ୍ୟାହାର କରି ଥିଲେ I

Related news

Skip to toolbar