କନ୍ଧମାଳ ସନ୍ତାନ

Breaking News

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଆଇନ ମନ୍ତ୍ରୀ ତଥା କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଦୁଇ ଦିନିଆ ଗ୍ରସ୍ତରେ ଆଇନମନ୍ତ୍ରୀ ତଥା କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା I ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣିଗାଁ ସମେତ ବିଭିନ୍ନ ଅଞ୍ଚଳ ବୁଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ସମ୍ମାନିତ ଅତିଥି ଭାବରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ସ୍ଥାନୀୟ ବିଧାୟକ ତଥା ଘୁ.ଉଦୟଗିରି ବିଧାୟକ ସଲୁଗା ପ୍ରଧାନ ଯୋଗ ଦେଇଥିଲେ I ଉକ୍ତ ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ମହୋଦୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉତ୍ସାହିତ କରିବା ସହ ଆର୍ଥିକ କ୍ଷେତ୍ରରେ ମହିଳାମାନଙ୍କ ସ୍ଵଛଳତା ଆଣିବା ନିମନ୍ତେ ବିଭିନ୍ନ ପ୍ରକଳ୍ପ ପାଇଁ ଚେକ ପ୍ରଦାନ କରିଥିଲେ I ଏଥି ସହ ପାନୀୟ ଜଳ ଯୋଗାଣ କାର୍ଯ୍ୟର ତଦାରଖ କରିବା ସହ କନ୍ଧମାଳ ଜିଲ୍ଲାର ପ୍ରତ୍ୟକ ଘରକୁ କିପରି ପାନୀୟ ଜଳ ଯୋଗାଇଦିଆଯିବଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲ I ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡି ଓ ବ୍ରାହ୍ମଣୀ ଗାଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା I ସୁରକ୍ଷା ଦୃଷ୍ଟିରୁ ମନ୍ତ୍ରୀଙ୍କ ଗ୍ରସ୍ତ ପୂର୍ବରୁ କିଛି କଂଗ୍ରେସ ଓ ବିଜେପି ନେତା ଙ୍କୁ ପୋଲିସ ଅଟକ ରଖିଥିଲା I

Related news

Skip to toolbar