କନ୍ଧମାଳ ସନ୍ତାନ

Breaking News

ପ୍ରଶାସନ ମରାମତି କଲା ନାହିଁ ରାସ୍ତା, ଗାର୍ଡିଙ୍ଗିଆ ଅଞ୍ଚଳ ବାସୀ ମରାମତି କଲେ ରାସ୍ତା…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକର ଦୂର୍ଗମ ଅଞ୍ଚଳରେ ଅବସ୍ଥିତ ଗାର୍ଡ଼ିଙ୍ଗିଆ ଗ୍ରାମ ପଂଚାୟତ I ଏହି ଗ୍ରାମପଞ୍ଚାୟତ ବ୍ଲକ କାର୍ଯ୍ୟାଲୟ ଠାରୁ ୧୭ କିଲୋମିଟର ଦୂରରେ ଅବସ୍ଥିତ I ଗାର୍ଡ଼ିଙ୍ଗିଆ ଗ୍ରାମ ପଞ୍ଚାୟତରେ ପାଖା ପାଖି ୫୦୦୦ରୁ ଉର୍ଦ୍ଧ ଆଦିବାସୀ, ଦଳିତ, ଓ ଅନ୍ୟାନ ବର୍ଗର ଲୋକ ବସବାସ କରନ୍ତି I ଏହି ଗ୍ରାମ ପଂଚାୟତରେ ଗୋଟିଏ ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଟିଏ ଉଚ୍ଚ ବିଦ୍ୟାଳୟ, ଦୁଇଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଞ୍ଚ ଟି ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ସେବାଶ୍ରମ ବିଦ୍ୟାଳୟ ରହିଛି I ଏହି ପଂଚାୟତକୁ ଯିବା ପାଇଁ ହେଲେ ୩ଟି ଘାଟି ଅତି ଦୁର୍ଗମ ଜଙ୍ଗଲ ରାସ୍ତା ଦେଇ ଯିବାକୁ ଯିବାକୁ ପଡ଼ି ଥାଏ I ବିକାଶ କଥା ଯଦି ଦେଖିବା ତେବେ ଏ ପଂଚାୟତ ବାସୀଙ୍କ ପାଇଁ ଏକ ଅଭିଶାପ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ I ଏହି ଗ୍ରାମ ଉପରେ ପ୍ରଶାସନ ବାବୁ ନା ରାଜ ନେତାଙ୍କ ନଜର ପଡ଼େ I ସତେ ଯେମିତି ଗାର୍ଡ଼ିଙ୍ଗିଆ ଗ୍ରାମ ପଂଚାୟତ ବାସୀ ସାବତ ଛୁଆର ସନ୍ତାନ ବୋଲି ଅଂଚଳର ସଚେତନ ନାଗରିକ ଅତୁଳ କୁମାର ଦିଗାଲ କହିଛନ୍ତି I ଯେତେବେଳେ ତ୍ରିସ୍ତରୀୟ କିମ୍ବା ସାଧାରଣ ନିର୍ବାଚନ ଆସେ ଆରମ୍ଭ ହୁଏ ରାଜ ନେତାଙ୍କ ମାଳ ମାଳ ମିଥ୍ୟା ପ୍ରତିଶୃତି I ବିଭିନ୍ନ ରାଜନୈତିକ ନେତାମାନେ ସାଧାରଣ ଗରିବ ଆଦିବାସୀ ଦଳିତ ଲୋକଙ୍କୁ ବିକାଶର କଥା କହି ମାଳ ମାଳ ପ୍ରତିଶୃତି ଦେଇ ଥାନ୍ତି I କିନ୍ତୁ ନିର୍ବାଚନ ସରିବା ପରେ ସମସ୍ତ ଭୁଲି ଯାଆନ୍ତି ସବୁ ପ୍ରତିଶୃତି I ଏହି ପଂଚାୟତବାସୀଙ୍କ ଅନେକ ସମସ୍ୟା ଅଛି ଯାହାକି ଡାକ୍ତର ଖାନା ଅଛି ହେଲେ ନାହାନ୍ତି ଡାକ୍ତର, ସ୍ୱଚ୍ଛ ପାଣି ଯୋଗାଇ ଦେବା ନାରେ ଖୋଳା ଯାଇଛି ବଡ଼ କୂପ କିନ୍ତୁ ଲୋକ ପିଅନ୍ତି ଚୁଁଆ ଓ ନେଟୱାର୍କର ସୁବିଧା ନା ଅଛି ଗୁଣାତ୍ମକ ଶିକ୍ଷା, ନା ଅଛି ଏଠି ଭଲ ରାସ୍ତା I ବାରମ୍ବାର ଅଭିଯୋଗ ପରେ ମଧ୍ୟ ନିରବ ନିରବ ଦ୍ରାଷ୍ଟା ସାଜିଛି ପ୍ରଶାସନ ବୋଲି ଅତି ଦୁଃଖର ସହ ଅଞ୍ଚଳ ଜଣେ ବାସୀନ୍ଧା ଅଲଫାନ୍ସ ପ୍ରଧାନ ମତପ୍ରକାଶ କରିଛନ୍ତି I ଶେଷରେ ବାଧ୍ୟ ହୋଇ ଗାଁର ଯୁବକ ଏକାଠି ହୋଇ ବାର୍ଷେଡି ଘାଟିରେ ମୁରମ ପକାଇ ରାସ୍ତା ମରାମତି କରିଥିବା କହିଛନ୍ତି I ଦେଶ ସ୍ୱାଧୀନତା ହେବାର ୭୫ ବର୍ଷ ବିତିଗଲାଣି I

ହେଲେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଗାର୍ଡ଼ିଙ୍ଗିଆ ଗ୍ରାମପଞ୍ଚାୟତ ବାସୀ I ନା ଏହି ଗ୍ରାମକୁ ଅଛି ଚାଲିବା ପାଇଁ ଭଲ ରାସ୍ତା ନା ଅଛି ଡିଜିଟାଲ ସେବା ପାଇବା ପାଇଁ ନେଟୱାର୍କ I କେବଳ ଏତିକି ନୁହେଁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତରଖାନା ଅଛି ହେଲେ ନାହାନ୍ତି ଡାକ୍ତର ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I ତେଣୁ ଆଗମୀ ପଂଚାୟତ ନିର୍ବାଚନ ପୂର୍ଵରୁ ଯଦି ଗାର୍ଡ଼ିଙ୍ଗିଆ ବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ କୌଣସି ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ ପଂଚାୟତ ବାସୀ ରାଜ ରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରିବା ସହ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି ଗ୍ରାମର ଅଲଫାନ୍ସ ପ୍ରଧାନ, ସିଦ୍ଧାର୍ଥ ପ୍ରଧାନ, ଅତୁଳ କୁମାର ଦିଗାଳ ଓ ଅଞ୍ଚଳ I

Related news

Skip to toolbar