କନ୍ଧମାଳ ସନ୍ତାନ

Breaking News

ଭାରସାମ୍ୟ ହରାଇ କୋଲଭର୍ଟରେ ପିଟି ହେଲା ବାଇକ: ଦୁଇ ଆହତ, ଦୁଇଖଣ୍ଡ ହେଲା ବାଇକ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କନବାଗେରି ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ ଟିକାବାଲି ବ୍ଲକ ପାଡାଙ୍ଗି ଗ୍ରାମର ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି I ଘଟଣା ଅନୁସାରେ ପାଡାଙ୍ଗି ଗ୍ରାମର ଅନିରୁଦ୍ଧ ପ୍ରଧାନ ଏବଂ ପରମାନନ୍ଦ ଦିଗାଳ ନାମକ ଦୁଇ ଯୁବକ ପୋଲସର ବାଇକରେ ରାଇକିଆ ଠାରୁ ଘୁ.ଉଦୟଗିରି ଅଭିମୁଖେ ଆସୁ ଥିଲେ I ଏହି ସମୟରେ କନବାଗେରି ବୁଲାଣିରେ ବାଇକ ଭାରସାମ୍ୟ ହରାଇ କଲଭର୍ଟରେ ବାଡ଼ାଇ ହୋଇ ଥିଲା I ଯାହାରି ଫୋଳରେ ପରମାନନ୍ଦ ଦିଗାଳଙ୍କୁ ଗୁରୁତର ଆଘାତ ଲାଗିବା ସହ ବାଇର ଦୁଇ ଖଣ୍ଡ ହୋଇ ଥିଲା I ଏହା ଦେଖି ସ୍ଥସନୀୟ ଲୋକ ସଙ୍ଗେ ସଙ୍ଗେ ଦମକଳ ବହିନୀକୁ ଖବର ଦେଇ ଥିଲେ I ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଆହତଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା I

Related news

Skip to toolbar