କନ୍ଧମାଳ ସନ୍ତାନ

Breaking News

ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର କରି ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବାଲିଗୁଡ଼ା ବିଧାୟକ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କ.ନୂଆଗାଁ ଡାକବଙ୍ଗଳା ଠାରେ ବାଲିଗୁଡ଼ା ବିଧାୟକଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲିଗୁଡ଼ା ନିର୍ବାଚନୀ କ.ନୂଆଗାଁ ବ୍ଲକର ସାତ ଗୋଟି ପଞ୍ଚାୟତକୁ ଦଶହରା ଭେଟି ଛଅ ଶହ ଶତାବନ କୋଟି ଶତାବନ ଲକ୍ଷ୍ୟ ଚାରି ହଜାର ଟଙ୍କା ରାଶି ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପାଇଁ ମଞ୍ଜୁରୀ କରିଛନ୍ତି I ଏହି ଯୋଜନା ଦ୍ୱାରା ମହାସିଂ, ଆଡ଼ିମାହା, କଞ୍ଜାମେଣ୍ଡି , କୁଡୁତୁଲି, ସାଇନ୍ ପଡ଼ା ଏବଂ ସାରଙ୍ଗଡର ସାତ ଗୋଟି ପଞ୍ଚାୟତ ଶତାଅସି ଟି ଗ୍ରାମର ପ୍ରାୟ ପଚାଶ ହଜାର ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ ନେଇ ସ୍ଥାନୀୟ ବିଧାୟକ ସୂଚନା ଦେଇ ଛନ୍ତି I ଉକ୍ତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଚବିଶ ମାସ ମଧ୍ୟରେ ଶେଷ କରି ଲୋକଙ୍କୁ ଚବିଶି ଘଣ୍ଟା ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି I ଆମ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆମ ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ କରିବା ସହ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ବ୍ଲକ୍ରର ଜନ ସାଧାରଣଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଅର୍ପଣ କରୁଛୁ ବୋଲିି ବିଧାୟକ କହିଛନ୍ତି I ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର , ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ , ଜିଲ୍ଲା ସଭା ନେତ୍ରୀ ପୁନମ୍ କହଁର , ଜିଲ୍ଲା ବିଜେଡି ମିଡ଼ିଆ ଶବ୍ ନମ୍ କହଁର , ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁନିଲ ସେଠୀ , ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହି, ବ୍ଲକ୍ ଅଧକ୍ଷ୍ୟା ସୁଲଚନା ଦଳବେହେରା , କ.ନୂଆଗାଁ ବ୍ଲକ୍ ବିଜେଡି ସଭାପତି ବାସୁଦେବ ପଣ୍ଡା , ସଭାନେତ୍ରୀ ଅନିତା ମଲ୍ଲିକ, ସମ୍ପାଦକ ଭାଗ୍ୟବାନ ବେହେରା, ବ୍ଲକ୍ ଉପାଧକ୍ଷ ରଘୁନାଥ ବିଷୋୟୀ , ସାତଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଏବଂ ବ୍ଲକ୍ ର ସମସ୍ତ ବିଜେଡି ସଭାପତି, ସମ୍ପାଦକ ଏବଂ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥିଲେ I

Related news

Skip to toolbar