କନ୍ଧମାଳ ସନ୍ତାନ

Breaking News

ଜିଏସଟି ଚଢ଼ାଉ ଆଶଙ୍କାରେ ଘୁ.ଉଦୟଗିରି ସହରର ଦୋକାନ ବଜାର ବନ୍ଦ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ ଥିବା ଲକ୍ଷ୍ମୀ ବଜାର, ବନ୍ଧ ଛକ, ଗାନ୍ଧୀ ଛକ, ବରଳିନୀ ମାର୍କେଟ ରେ ଥିବା ଦୋକାନ ଗୁଡ଼ିକ ଆଜି ମଧ୍ୟାହ୍ନ ରୁ ହଠାତ ବନ୍ଦ ହୋଇଯାଇ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା I ଦୋକାନ ଗୁଡିକୁ ତାଲା ବାନ୍ଧି ସତେଯେମିତି କରୋନା କଟକଣା ସଟ ଡାଉନ ପୁନର୍ବାର ଲାଗୁହେଲା ଭଳି ଦୃଷ୍ଟିଗୋଚର ହେଉଥିଲା I ହେଲେ କିଛି ବ୍ୟବସାୟୀଙ୍କୁ ଏହାର କାରଣ ପଚାରି ବୁଝିବାରୁ ସେମାନେ କହିଲେ କି GST ଆଶଙ୍କା ଥିବାରୁ ଏହିପରି ଦୋକାନ ବଜାର ବନ୍ଦ କରିବା ପାଇଁ ବାଧ୍ୟ୍ୟ ହୋଇ ଥିବା କହି ଥିଲେ I

କରୋନା କଟକଣାର କିଛି ମାସର ବ୍ୟବଧାନରେ GST ର ଆତର୍କିତ ଚଢ଼ାଉର ଭୟ ବ୍ୟବସାୟୀଙ୍କ ମନୋବଳ ଦୁର୍ବଳ କରିଦେଇ ଥିବା ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ କୁହାଯାଇଛି I ଆଗକୁ ଦଶହରା ଏଵଂ କୁମାର ପୂର୍ଣମୀ ଲକ୍ଷ୍ମୀ ପୂଜା ଅନ୍ୟପଟେ କହିବାକୁ ଗଲେ ଦୋକାନ ବଜାର ବନ୍ଦ ଫଳରେ ଦୂରଦୂରାନ୍ତ ପଲ୍ଲୀରୁ ଆସୁଥିବା ସାଧାରଣ ଗ୍ରାହକ ହନ୍ତ ସନ୍ତ ହେଉଥିବା ଦେଖିବାକୁ ମିଳିଛି I ସବୁ ବର୍ଗର ଦୋକାନ, ରାସନ, ହୋଟେଲ ସବୁ ବନ୍ଦ ହେବା ଫଳରେ ମଧ୍ୟାହ୍ନ ରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଥିଲା I ହେଲେ GST ଚଢ଼ାଉର ଆଗୁଆ ସୂଚନା କିପରି ଲୋକଙ୍କୁ ମିଳିପାରୁଛି ତାହା ହିଁ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି I

Related news

Skip to toolbar