କନ୍ଧମାଳ ସନ୍ତାନ

Breaking News

୬୭ତମ ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରୁଛନ୍ତି ବନ କର୍ମଚାରୀ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ ବନାଞ୍ଚଳ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ କରାଯାଉଛି I ଏହି ସପ୍ତାହ ଗତ ଦୁଇ ତାରିଖରୁ ଆରମ୍ଭ କରି ଆସନ୍ତା ଅକ୍ଟୋବର ଆଠ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ I ତେଣୁ କୋଟଗଡ ଅଭୟାରଣ୍ୟ ଅଂଚଳ ବିଭିନ୍ନ ସ୍ଥାନରେ ଏହି ସପ୍ତାହକୁ ପାଳନ କରି ଲୋକଙ୍କୁ ସଚେତନ କରୁଛନ୍ତି ବନ କର୍ମଚାରୀ I ସେହି ପରି ଆଜି କୋଟଗଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନିଆରା ଢଙ୍ଗରେ ଏକ ପଥପ୍ରାନ୍ତ ନାଟକ ଜରିଆରେ ଲୋକଙ୍କୁ ବନ୍ୟଜନ୍ତୁ ସୁରକ୍ଷା, ବୃକ୍ଷ ରୋପଣ, ଅବୈଧ ଚୋରାଚାଲାଣ ରୋକିବା ଦିଗରେ ଲୋକଙ୍କ ଭୂମିକା ଓ ବନ କର୍ମଚାରୀଙ୍କ ଭୂମିକା ସମ୍ପର୍କ ରେ ସ୍ଥାନୀୟ ସାଧାରଣ ଲୋକଙ୍କ ଶୈଳୀରେ ପରିବେଷଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରାଙ୍କ ତତ୍ୱାବଧାନରେ ବନପାଳ ପ୍ରଭାତ କୁମାର ଦୋରାଙ୍କ ନେତୃତ୍ୱରେ କୋଟଗଡ, ଲାସେରୀ, ଦୁର୍ଗାପଙ୍ଗା, ସୁବର୍ଣ୍ଣଗିରି ଓ ଶ୍ରୀରାମପୁରର ବନକର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଥିଲେ I

Related news

Skip to toolbar