କନ୍ଧମାଳ ସନ୍ତାନ

Breaking News

ନିମ୍ନମାନର ରାସ୍ତା ମରାମତି କାମକୁ ନେଇ ତାତିଲେ ଗ୍ରାମବାସୀ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡାଡାମାହା (ମାଲାଙ୍ଗସୁଗା) ଛକ ଠାରୁ ମାଲାଙ୍ଗସୁଗା ଗ୍ରାମ ପର୍ଯ୍ୟନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ନିର୍ମାଣ ଏବଂ ମରାମତି କାମରେ ଅନିୟମିତତା ହୋଇ ଥିବା ଅଭିଯୋଗ ହୋଇଛି I ରାସ୍ତାର ନିର୍ମାଣ କାମ ଅତି ନିମ୍ନମାନର ହୋଇଥିବା ଯୋଗୁଁ ନିର୍ମାଣର ଏକ ବର୍ଷ ନ ପୂରୁଣୁ ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇ ଥିଲା I ଯାହା ପାଇଁ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ଥିଲା I ଏହି ମରାମତି କାମ ଅତି ନିମ୍ନମାନର କରାଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇ ଥିଲା I ଉତ୍ୟକ୍ତ ଗ୍ରାମବାସୀ କାମ ବନ୍ଦ କରିବା ପାଇଁ ଠିକାଦାର ସଂସ୍ଥାକୁ କହିଥିଲେ I

ରାସ୍ତା ମରାମତି ଆଳରେ ଠିକାଦାର ସଂସ୍ଥା ଖାଲ ହୋଇଯାଇଥିବା ସ୍ଥାନରେ ପୋଡ଼ା ଅଏଲ ଢାଳି ବାଲି ବିଛାଯାଉଥିବା ଗ୍ରାମବାସୀଙ୍କ ନଜରକୁ ଆସିବା ପରେ ଉକ୍ତ କାର୍ଯ୍ୟକୁ ଗ୍ରାମବାସୀଙ୍କ ଦ୍ୱାରା ବନ୍ଦ କରାଯାଇ ଥିଲା I ନିମ୍ନମାନର କାର୍ଯ୍ୟ ହେଉ ଥିବା ଯୋଗୁଁ ଅଞ୍ଚଳ ବାସୀ ବାରମ୍ବାର ଦାବୀ ସତ୍ୱେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I ଯାହା କି ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାଦାର ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି ବୋଲି ଗ୍ରାମର ବାସୀନ୍ଧା ପ୍ରକାଶ ପ୍ରଧାନ ମତପ୍ରକାଶ କରିଛନ୍ତି I ତେଣୁ ଏହି ନିର୍ମାଣ କାମର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ତଦନ୍ତ କରାଗଲେ ଘଟଣାର ସତ୍ୟା ସତ୍ୟ ଜଣାପଡିବ ବୋଲି ଗ୍ରାମ ବାସୀ ପ୍ରକାଶ ପ୍ରଧାନ, ମୁରଲୀ ପାଣୀ ପ୍ରଧାନ, ସନ୍ତୋଷ ପ୍ରଧାନ, ମହେନ୍ଦ୍ର ପ୍ରଧାନ, ଯହାରଲାଲ ପ୍ରଧାନ, ଦିବ୍ୟ ପ୍ରଧାନ, ଭବାନୀଶଙ୍କର ପ୍ରଧାନ, ନୀଳାଞ୍ଚଳ ପ୍ରଧାନ, ଅଜୟ ପ୍ରଧାନ, ମଦନ ପ୍ରଧାନ, ଲଷ୍ମୀ ପ୍ରଧାନ, ପ୍ରତିମା ପ୍ରଧାନ, ତିଲୋମା ପ୍ରଧାନ ସମେତ ପଚାଶ ରୁ ଉର୍ଧ୍ୱ ଅଞ୍ଚଳ ବାସୀ ଦାବୀ କରିଛନ୍ତି I

Related news

Skip to toolbar