କନ୍ଧମାଳ ସନ୍ତାନ

Breaking News

ବାତ୍ୟା “ଗୁଲାବ” ମୁକାବିଲା ପାଇଁ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି….

ଅନୁସନ୍ଧାନ ଭାରତ(ବ୍ୟୁର): ବାତ୍ୟା “ଗୁଲାବ”କୁ ମୁକାବିଲା କରିବା ପାଇଁ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି I ପ୍ରଭାବିତ ଲୋକାଙ୍କୁ ରଖିବା ପାଇଁ ହାତିସାଳ ବିଦ୍ୟାଳୟ ଏବଂ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଆଶ୍ରୟ ସ୍ଥଳୀ କରାଯାଇ ଥିବା ସୂଚନା ଦେଇଛନ୍ତି ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୨୫ ତାରିଖ ସନ୍ଧ୍ୟାରୁ ବିଭିନ୍ନ ୱାର୍ଡରୁ ଜନସାଧାରଣଙ୍କୁ ଆଶ୍ରୟ ସ୍ଥଳୀକୁ ଆଣିବା ପାଇଁ ଯାନବାହନର ଵ୍ୟଵସ୍ଥା କରାଯାଇ ଥିଲା I ଏହା ସହ ରହିବା ବ୍ୟବସ୍ଥା ଏବଂ ଖାଦ୍ୟର ବ୍ୟବସ୍ଥା କରାଯାଇ ଥିବା ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ସୂଚନା ଦିଆଯାଇଛି I ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ବାତ୍ୟାର ତଦାରଖ କରିବା ନିମନ୍ତେ ସମସ୍ତ କର୍ମଚାରିଙ୍କୁ ଦାଇତ୍ୱ ଦିଆଯାଇ ଥିବା ନିର୍ବାହୀ ଅଧିକାରୀ କହିଛନ୍ତି I

Related news

Skip to toolbar