କନ୍ଧମାଳ ସନ୍ତାନ

Breaking News

ଯୁବ ସାମ୍ବାଦିକ ସ୍ବର୍ଗତଃ ଅରିନ୍ଦମ ଦାସଙ୍କ ଉଦେଶ୍ୟରେ ସ୍ମୃତି ସଭା…

ଅନୁସନ୍ଧାନ ଭାରତ(,ବ୍ୟୁର): ଘୁ.ଉଦୟଗିରି ସାମ୍ବାଦିକ ଙ୍କ ତରଫରୁ ଯୁବ ସାମ୍ବାଦିକ ସ୍ବର୍ଗତଃ ଅରିନ୍ଦମ ଦାସଙ୍କୁ ସନ୍ଧ୍ୟା ୭ ଘଣ୍ଟିକା ସମୟରେ ଗାନ୍ଧୀଛକ ଠାରେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି I ୧ ମିନିଟର ନିରବ ପ୍ରାର୍ଥନା କରି ସ୍ବର୍ଗତଃ ଅରିନ୍ଦମ ଦାସ ଙ୍କ ଅମର ଆତ୍ମାର ସତଗତି କାମନା କରାଯାଇଥିଲା I ଯୁବ ସମ୍ବାଦିକ ଓଟିଭିର ଜଣେ ସାହସୀ ଓ ଦକ୍ଷ ସାମ୍ବାଦିକ ଥିଲେ I

ହେଲେ ଗତକାଲି ମହାନଦୀର ମୁଣ୍ଡୁଳି ଠାରେ ହାତୀ ଫସିଥିବା ଖବର ସଂଗ୍ରହ କରିବା ସମୟରେ ବୋଟ ବୁଡ଼ି ଦୁର୍ଘଟଣା ଘଟି ତାଙ୍କ ପ୍ରାଣ ବାୟୁ ଉଡିଯାଇଥିବା ଖବର ଶୁଣି ସାରା ଓଡ଼ିଶା ବାସୀ ଦୁଃଖ ରେ ସ୍ତବ୍ଧ ହୋଇଯାଇଥିଲେ I ତେଣୁ ତାଙ୍କ ଅମର ଆତ୍ମାର ସତଗତି ଉଦେଶ୍ୟରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ଦେବନାଥ ଦଳବେହେରା, ପତିତପାବନ ସାହୁ, ସାମ୍ବାଦିକ ପ୍ରସନ୍ନ କୁମାର ମିଶ୍ର, ଲିଲିମା ରାଓ, ଗଗନ କୁମାର ପ୍ରଧାନ, ଚନ୍ଦ୍ରଶେଖର ପାଢ଼ୀ, ଅନିଲ କୁମାର ଦଳବେହେରାଙ୍କ ସହ ବରିଷ୍ଠ ନାଗରିକ, ସମାଜ ସେବୀ, ରାଜନେତା, ସଚେତନ ନାଗରିକ ସ୍ମୃତି ସଭାରେ ଉପସ୍ଥିତ ରହିଥିଲେ I ତତସଙ୍ଗେ ପୂର୍ବତନ ଏନ.ଏ.ସି. ଅଧ୍ୟକ୍ଷ ପି. ସଂଜୀବ କୁମାର ପାତ୍ର, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଟାର୍ଜନ ସାହୁ, ନଗର କଂଗ୍ରେସ ସଭାପତି ଏନ. ରାଜା ରାଓ, ବି.ଜେ.ପି. ନେତା ମାନଗୋବିନ୍ଦ ପ୍ରଧାନ, ବି.ଜେ.ପି. ନେତା ମାୟାବନ୍ଧୁ ପ୍ରଧାନ ଏବଂ ସଚେତନ ନାଗରିକ ଅବନୀ କୁମାର ପ୍ରଧାନ, ପ୍ରଦୀପ ପାତ୍ର, ଚିନ୍ମୟ ସେଠୀ, ସତ୍ୟନାରାୟଣ ନାୟକଙ୍କ ସହ ବହୁ ଜନସାଧାରଣ ଯୋଗ ଦାନ କରି ସ୍ବର୍ଗତଃ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ I

Related news

Skip to toolbar