କନ୍ଧମାଳ ସନ୍ତାନ

Breaking News

ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଟାର୍ଗେଟରେ ସ୍ଥାନୀୟ ବିଧାୟକ….

କନ୍ଧମାଳ ସନ୍ତାନ(ବ୍ୟୁର): ଘୁ.ଉଦୟଗିରି ବିଧାୟକ ଓ ଦାରିଙ୍ଗବାଡ଼ି ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣି ଗତ ୧୬ ତାରିଖ ଦିନ ବ୍ଲକ ଅଧ୍ୟକ୍ଷା , ଉପାଧ୍ୟକ୍ଷ ଓ କିଛି ନିର୍ବାଚିତ ପ୍ରତିନିଧି ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣ ଦେଇଥିଲେ I ପ୍ରଶାସନଙ୍କ ପ୍ରତିଶ୍ରୁତି ପରେ ଅନଶନ ପ୍ରତିହାର କରିଥିଲେ I ଏହାର ତିନିଦିନ ପରେ ତଥା ଗତକାଲି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଦୁର୍ନୀତି ବିରୋଧରେ ପାଲଟା ଅଭିଯୋଗ କରି ବ୍ଳକ୍ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟକୁ ବିଡିଓଙ୍କ ଜରିଆରେ ଦଶ ଦଫା ସ୍ମାରକପତ୍ର ପ୍ରଦାନ କରି ଥିଲା ବେଳେ ଆଜି ପୁଣି ଦାରିଙ୍ଗବାଡ଼ି ବ୍ଳକ କଂଗ୍ରେସ ପକ୍ଷରୁ ବିଧାୟକ ଓ ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ ମନମୁଖୀ ଶାସନ ଓ ବେଆଇନ ଭାବେ ସରକାରୀ ଜମିରେ ବିଜୁ ପଟ୍ଟନାୟକଙ୍କ ନାମରେ ପାଠାଗାର କରିବା ଆଳରେ ନିଜ ପାଇଁ କୋଠା ନିର୍ମାଣ କରାଯାଉଛି I ହେଲେ ଚୋର ମୁହଁ ଟାଣ ଭଳି ଅଭିଯୋଗକୁ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ଘଣ୍ଟ ଘୋଡ଼ାଇବା ପାଇଁ ପ୍ରୟାସ କରୁଥିବା କହି ଏହାର ପ୍ରତିବାଦରେ କଂଗ୍ରେସ ସାମ୍ବାଦିକ ସମ୍ବିଳନୀ କରି ଦୃଡ଼ ନିନ୍ଦା କରିଛି I ଆଜି ପୂର୍ବତନ ବ୍ଳକ କଂଗ୍ରେସ ସଭାପତି କାଳିପ୍ରସାଦ ମଲିକ କଡ଼ା ଭାବେ ଜବାବ ରଖି କହିଛନ୍ତି ଯେ ଚାରି ଯୋଜନାରେ ବିଜେଡି ଦଳର ନିଜେ ବିଧାୟକ ସମିତି ଅଧ୍ୟକ୍ଷ ଭାବେ ଥିଲେ I ଏହାପରେ ନିଜର ଝିଆରୀ ରଞ୍ଜିତା ପ୍ରଧାନ, ପରବର୍ତ୍ତୀ ଜୋଜନାରେ ନିଜ ସାନ ଭାଇ ସୁଶାନ୍ତ ପ୍ରଧାନ ଅଧ୍ୟକ୍ଷ ଥିଲେ I ଏହାପରେ ଏହି ଯୋଜନାରେ ବିଧାୟକଙ୍କ ନିଜ ସ୍ତ୍ରୀ ସୁବେନ୍ତି ପ୍ରଧାନ ଅଧ୍ୟକ୍ଷା ଥିଲେ I ଦୁଇରୁ ଅଧିକ ସନ୍ତାନ ଥିବା କାରଣରୁ କୋର୍ଟଙ୍କ ରାୟରେ ପଦବୀ ହରାଇ ଥିଲେ I ବର୍ତ୍ତମାନ କଂଗ୍ରେସ ସମର୍ଥିତ ରୁଦାମଳିକ ଅଧ୍ୟକ୍ଷ ଅଛନ୍ତି I କୋଡ଼ିଏ ବର୍ଷ ଧରି ବ୍ଲକରେ ଦୁର୍ନୀତି କରିବା ଓ ମନମୁଖୀ ଶାସନ କରି ପିସି ନେଇଥିବା ବ୍ୟକ୍ତି ଏବେ ଘଣ୍ଟ ଘୁଡାଉ ଥିବା ନେଇ ଦୃଡ଼ ନିନ୍ଦା କରିଛନ୍ତି I ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ କଂଗ୍ରେସର ପକ୍ଷରୁ କୋଠାକୁ ନଷ୍ଟ କରି ସରକାରଙ୍କୁ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଜମି ହସ୍ତାନ୍ତର କରାଯିବା ସହିତ ରାଜ ରାସ୍ତାକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି I ଏଥିରେ ବ୍ଲକ୍ ଅଧ୍ୟକ୍ଷା ରୁଦା ମଳିକ, ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ, କରମସିଂ ନାୟକ, ପ୍ରଭଞ୍ଜନ ନାୟକ, ବିଦ୍ୟାଧର ମଳିକ ପ୍ରମୁଖ ଉପସ୍ଥିତ ଥିଲେ I

Related news

Skip to toolbar