କନ୍ଧମାଳ ସନ୍ତାନ

Breaking News

କନ୍ଧମାଳ ଜିଲ୍ଲାରେ ଫେଲ ମାରିଛିକି ଶିଶୁ ଏବଂ ମହିଳା ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ଚାଲାଣ ହେଉଥିବା ଶିଶୁ ଏବଂ ମହିଳାଙ୍କ ଉଦ୍ଧାର କରି ପ୍ରଶାସନକୁ ହସ୍ତାନ୍ତର କଲେ କୁର୍ତ୍ତୃମଗଡ଼ ବାସୀ…..

କନ୍ଧମାଳ ସନ୍ତାନ(ବ୍ୟୁର): ସାରା ଭାରତରେ ଗୁରୁଦିବସ ପାଳନ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଅନ୍ତର୍ଗତ ପାରିଗଡ଼ ଗ୍ରାମପଞ୍ଚୟତର ଅଦଗାଁ ଗ୍ରାମରୁ ୬ ଶିଶୁ ଚାଲାଣ ବେଳେ କୁର୍ତମଗଡ଼ ଗ୍ରାମବାସୀମାନଙ୍କ ଦ୍ଵାରା ଅଟକ ରଖାଯାଇ ଥିଲା I ଆଜକୁ ଦୁଇ ଦିନ ହେବ ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ଅଞ୍ଚଳରୁ ମନୋଜ ସେଠୀ ଓ ମହିଳା ଲତା ବେହେରା ନାମକ ପୁରୁଷ ଓ ମହିଳା ଅଦଗାଁ ଗ୍ରାମକୁ ଗୋଟିଏ ପୁରୁଣା ବାଇକ୍ ହିର ହୋଣ୍ଡା ପେଶନ୍ ପ୍ଲସ୍ ଗାଡ଼ି ନଂ ଓଡି-୦୭-ଡି୦୨୭୮ରେ ଯାଇ ସେଠାରେ ଦୁଇଦିନ ଡେରା ପକାଇ ସେହି ଗ୍ରାମରୁ ୬ ଜଣ ଝିଅ ସମସ୍ତଙ୍କର ବୟସ ପ୍ରାୟ ୭ରୁ ୧୪ ବର୍ଷ ଓ ୨ ଜଣ ମହିଳାଙ୍କୁ ମାସିକ ଟଙ୍କା ୫,୦୦୦ ଦେବାର ଆଶା ଦେଖାଇ ଏକ ଅଟୋ ଯୋଗେ ନେଇ ଯାଉଥିଲେ I

ସେହି ଅଟୋକୁ ସଜାଡ଼ିବା ପାଇଁ ସେମାନେ କିଛି ସମୟ କୁର୍ତ୍ତମ୍ ଗଡ଼ ଟୋଲଗେଟ୍ ନିକଟରେ ରହିଥିଲେ I ସେହି ସ୍ଥାନର କିଛି ଯୁବକ ସନ୍ଦେହ କରି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇଥିଲେ I ଗଣମାଧ୍ୟମ ପ୍ରତିନିଧିମାନେ ପଚରା ଉଚରା କଲାବେଳେ ସେମାନଙ୍କ କଥାର ତାଳମେଳ ରହି ନ ଥିଲା I ଗଣମାଧ୍ୟମ ପ୍ରତିନିଧି ତୁମୁଡି ବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ।ରୀନା ପ୍ରଧାନଙ୍କୁ ଫୋନ୍ ମାଧ୍ୟମରେ ଜଣାଇଲା I ଖବର ପାଇବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ଶିଶୁ ମାନଙ୍କୁ ଉଧାର କରି କୁର୍ତ୍ତୁମ ଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ନେଇ ସେଠାରେ ଶିଶୁମାନଙ୍କର ଖାଦ୍ୟ ବ୍ୟବସ୍ଥା କରିଥିଲେ I ଶିଶୁ ସହ ୨ ମହିଳା ଏବଂ ଶିଶୂ ଚାଲାଣ କରୁଥିବା ୨ ଜଣଙ୍କୁ ତୁମୁଡ଼ିବନ୍ଧ ସିଡିପିଓ ପ୍ରତିମା ପ୍ରଧାନ ଓ ପୂର୍ବତନ ତୁମୁଡ଼ିବନ୍ଧ ବ୍ଲକ୍ ଅଧ୍ୟକ୍ଷ ସିରିଶ ଚନ୍ଦ୍ର ମଲିକଙ୍କ ଉପସ୍ଥିତିରେ ପଚାରିବୁଝି ଥିଲେ I ଏହା ପରେ ସମସ୍ତଙ୍କୁ ତୁମୁଡ଼ିବନ୍ଧ ଥାନାକୁ ନେଇ ପଚରା ଉଚରା କରୁଛନ୍ତି l ଏହି ଘଟଣାକୁ ଦୃଢ଼ ବିରୋଧ କରି ଜନ ସାଧାରଣ କୁର୍ତ୍ତମଗଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ଜମା ହୋଇ ଥିଲେ I ପ୍ରତ୍ୟେକ ଦିନ କନ୍ଧମାଳ ଜିଲ୍ଲାରେ ଶିଶୁ/ମହିଳାଙ୍କ ସୁରକ୍ଷା ନିମନ୍ତେ କେଉଁଠି ନା କେଉଁଠି ବିଭିନ୍ନ ସଂସ୍ଥା ଦ୍ୱାରା କାର୍ଯ୍ୟକ୍ରମ କରାଯାଉଛି I ସେହିପରି ଭାବରେ ଅନେକ ସମୟରେ ଚାଲାଣ ହେଉ ଥିବା ଶିଶୁ/ମହିଳାଙ୍କୁ ଉଦ୍ଧାର କରାଯାଉ ଥିବା ଘଟଣା ମଧ୍ୟ ନଜୀରକୁ ଆସୁଛି I ହେଲେ ଶିଶୁ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ହେଉ ଥିବା କାର୍ଯ୍ୟକ୍ରମ କେତେଦୁର ଲୋକଙ୍କ ପାଖରେ ପହଞ୍ଚି ପାରୁଛି ତାହା ଜଳ ଜଳ ହୋଇ ଦେଖା ଯାଉଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି I

Related news

Skip to toolbar