କନ୍ଧମାଳ ସନ୍ତାନ

Breaking News

ରାଜ୍ୟ ମୁଖ୍ୟ ଶାସନ ସଚ୍ଚବଙ୍କ ଘୁ.ଉଦୟଗିରି ଗସ୍ତ……

କନ୍ଧମାଳ ସନ୍ତାନ(ବ୍ୟୁର): ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତର ଅଛନ୍ତି I ଏହି ଦୁଇ ଦିନିଆ ଗସ୍ତର ଦ୍ବିତୀୟ ଦିନରେ ମୂଖ୍ୟ ଶାସନ ସଚ୍ଚିବ ରବିବାର ଦିନ ଘୁ.ଉଦୟଗିରିକୁ ସକାଳ ପ୍ରାୟ ୧୦ ଘ.୧୫ମି ସମୟରେ ପହଞ୍ଚିଥିଲେ I ପ୍ରଥମେ ଜି.ଉଦୟଗିରି ସ୍ଥିତ ସମନ୍ନିତରେ ଥିବା ହଳଦୀ ଗୁଣ୍ଡ ପ୍ରୋସେସିଂ ୟୁନିଟ୍ ବୁଲି ଦେଖିଥିଲେ I

ସେଠାରୁ ଘୁ.ଉଦୟଗିରି ଠାରେ ନୂତନ ଭାବେ ଓପିଟିସିଏଲ ଦ୍ବାରା ନିର୍ମିତ ୧୩୨/୩୩ କେଭି ବିଦ୍ୟୁତ ଷ୍ଟେସନ ପରିଦର୍ଶନ କରିବା ପରେ ସ୍ଥାନୀୟ ସ୍ମାର୍ଟ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ I ଏଥିସହ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ I ଏହି ଗସ୍ତ କାର୍ୟ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି, ଜିଲ୍ଲାର ବିଭିନ୍ନ ପଦାଧିକାରୀ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର ଡ.ଜନ୍ମେଜୟ ସାହୁଙ୍କ ସମେତ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ I ରାଇକିଆ ଠାରେ ମଧ୍ୟ ମୁଖ୍ୟ ଶାସନ ସଚ୍ଚିବଙ୍କୁ ରାଇକିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ୱାଗତ କରାଯିବ ସହ ମେମୋରେଣ୍ଡନ ପ୍ରଦାନ କରାଯାଇଛି I ମୂଖ୍ୟ ଶାସନ ସଚ୍ଚିବଙ୍କ ଘୁ.ଉଦୟଗିରି ଗସ୍ତକୁ ନେଇ ସ୍ଥାନୀୟ ପ୍ରଶାସନ ବେଶ ସଜାଗ ରହିଥିଲା I ଏହା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇ ଥିଲା I

Related news

Skip to toolbar