କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ବ୍ଲକରେ ଜନବିକାଶ ସଂସ୍ଥା ପକ୍ଷରୁ କରୋନା ସଚେତନତା ରଥର ସୁଭାରମ୍ଭ….

କନ୍ଧମାଳ ସନ୍ତାନ(ବ୍ୟୁର): କରନାର ତୃତୀୟ ଲହର ସଂକ୍ରମଣରୁ କନ୍ଧମାଳବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଘୁ.ଉଦୟଗିରି ବ୍ଲକରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ଜନବିକାଶ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି I କରୋନା ତୃତୀୟ ଲହର ସଂକ୍ରମଣର ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇବା ପାଇଁ ସଂସ୍ଥା ପକ୍ଷରୁ କରନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି I ଏହି ରଥ ସଚେତନତାର ବାର୍ତ୍ତା ଗ୍ରାମାଞ୍ଚଳର ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହ ଜରୁରୀକାଳୀନ ସେବା ମଧ୍ୟ ଯୋଗାଇ ଦେବ ବୋଲି ଜନବିକାଶ ସଂସ୍ଥା ର ଘୁ.ଉଦୟଗିରି ବ୍ଲକ ଇନଚାର୍ଜ ସଦାନନ୍ଦ ପରାସେଠ ସୂଚନା ଦେଇଛନ୍ତି I ସଚେତନତା ରଥ ଗଡ଼ିବାର ପ୍ରଥମ ଦିନରେ ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କିରାମାହା, ରଟିଙ୍ଗିଆ, ଝିମଙ୍ଗିଆ, ଡଡାପଡା ଓ ଅନ୍ୟ ଗାଁମାନଙ୍କରେ ୨୫୦ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରାଯାଇଛି I ଏହି ରଥକୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ମଲିକ ଉଦଘାଟନ କରିଥିବା ବେଳେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷ ପି ସଞ୍ଜିବ କୁମାର ପାତ୍ର, ନଗର କଂଗ୍ରେସ ସଭାପତି ଏନ ରାଜରାଓ, ଜାକେଶ କୁମାର ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ, କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ, ହିରେନ ନାୟକ ପ୍ରମୁଖ ଉପସ୍ଥିତ ରହି ଥିଲେ I ଜନ ବିକାଶ କର୍ମୀ ସଦାନନ୍ଦ ପରସେଟ, ସୁଶୀଲ କୁମାର ପ୍ରଧାନ ଓ ରାହୁଲ କୁମାର ସିଂ ସଚେତନତା ରଥର ପରିଚାଳନା ଦଇତ୍ୱରେ ଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି I

Related news

Skip to toolbar