କନ୍ଧମାଳ ସନ୍ତାନ

Breaking News

ଖଜୁରିପଡ଼ା ବ୍ଲକ ଅଧିନସ୍ଥ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ୯ ଖଣ୍ଡ ମୌଜାକୁ ନେଇ ଗଠିତ ହେଲା ମାଁ ଲକ୍ଷ୍ମୀ ବିକାଶ କମିଟି….

କନ୍ଧମାଳ ସନ୍ତାନ(ବ୍ୟୁର): ଯେତେ ବେଳେ ଉପାନ୍ତ ଅଞ୍ଚଳମାନଙ୍କରେ ପ୍ରଶାସନର ଦୃଷ୍ଟି ପଡେ ନାହିଁ I ଗାଁ ଗଣ୍ଡା ମାନଙ୍କରେ ବିକାଶର ଛିଟା ପଡେନି I ସାଧାରଣ ଜନତା ସହିବାର ଧର୍ଯ୍ୟର ସୀମା ଟୋପି ଯାଏ ଏବଂ ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହୁଏ I ସେତେ ବେଳେ ଗାଁଗାଁରେ ସଞ୍ଜ ସକାଳେ ସଭା ସମିତି ବସି ଜନ୍ମ ନିଏ ମହା ମହା ସଂଘ I ନିଜ ଅଞ୍ଚଳର ବିକାଶ ପାଇଁ ସେହି ସଂଘ ମାଧ୍ୟମରେ ସଂଗ୍ରାମ ଚାଲେ I ସମସ୍ତେ ଗର୍ଜୀ ଉଠି ଚିତ୍କାର କରି କୁହନ୍ତି ହେ ସରକାର ଆମର ଦୁଃଖ ଦୁର୍ଦ୍ଦଶା କାନ ଖୋଲି ଶୁଣ (ଆମେ ଭାରତୀୟ) ଆମ ଶିରା ପ୍ରଶିରା ପ୍ରତିଟି କୋଣ ଅନୁକୋଣରେ ଭାରତ ମାତାର ରକ୍ତ ପ୍ରବାହିତ ହେଉଛି I ଆମେ ମଧ୍ୟ ଭାରତମାତାର ସନ୍ତାନ I

ଆମକୁ ଆମର ମୌଳିକ ଅଧିକାର ପାଇବାରୁ ବଞ୍ଚିତ କରନାହିଁ ଆମ ହକ ଆମକୁ ଦିଅ I ଆମ ପ୍ରତି ଅବିଚାର କରନାହିଁ ଆମର ଗୁହାରିଶୁଣ ଆମକୁ ଦୟା କର ଓ ସରକାରଙ୍କ ପ୍ରତିଟି ଯୋଜନାରେ ଆମକୁ ସାମିଲ କରି ଆମ ଦାବୀ ଉପରେ ଦୃଷ୍ଟି ଦେଇ ବିଭିନ୍ନ ସମସ୍ୟା ଦୁରକର I ଠିକ ସେହିଭଳି ବିଭିନ୍ନ ସମସ୍ୟାର ସମାଧାନ ଓ ଦାବୀ ପୂରଣ ପାଇଁ କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅଧିନସ୍ଥ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ୯ ଖଣ୍ଡ ମୌଜା ଯଥା:-ରାଣୀପଥର, ଗେଟାମୁଣ୍ଡା, ବାଘିଆଣ୍ଟ,କୁଆଘରା, କୁଣ୍ଡାପଥର,ଖାନ୍ଧିକୁଟି, ବଡ଼ଆଣ୍ଟ, କେଶରପଡା, ଘାଟିଗାଁର ସମସ୍ତ ପୁରୁଷ, ମହିଳା, ଯୁବକ ଯୁବତୀଙ୍କୁ ନେଇ ନେଇ ସମାଜସେବୀ ବୈଦ୍ୟନାଥ ବେହେରାଙ୍କ ନେତୃତ୍ୱରେ ପ୍ରତି ମାସର ୪ ତାରିଖରେ ବୈଠକ ବସି ୫ ଦଫା ଦାବୀ ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା I ସେଗୁଡ଼ିକ ହେଲା ପଞ୍ଚାୟତରୁ ୨୦ କିଲୋମିଟର ଦୂରରେ ଏହି ୯ ଖଣ୍ଡ ଗ୍ରାମ ରହିଥିବାରୁ ଟଙ୍କାକିଆ ଚାଉଳ ଓ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ, ବିଧବା ଭତା ଆଣି ପ୍ରଦାନ କରିବାକୁ, ବିଦ୍ୟୁତ ସମସ୍ୟା ଦୂର ପାଇଁ ଏକ ଲାଇନମେନ ନିଯୁକ୍ତି କରିବାକୁ, ସେବାଶ୍ରମସ୍କୁଲରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ, ଗେଟାମୁଣ୍ଡା ଅର୍ଦ୍ଧ ନିର୍ମିତ ସ୍କୁଲ ଗୃହକୁ ସମ୍ପୂର୍ଣ୍ଣ କରୁବାକୁ, ଏଥି ମଧ୍ୟରୁ ଚାଉଳ ଓ ଭତା ଦୁଇ ଦଫା ଦାବି ପୂରଣ କରିଛନ୍ତି ଜିଲ୍ଲା ପ୍ରଶାସନ I ଆଉରି ଅନ୍ୟ ତିନି ଦଫା ଦାବୀ ସହିତ ପୁଣି ଏକ କେନ୍ଦୁ ପତ୍ରଫଡ଼ି, ରାଣୀପଥର ଠାରୁ ଭାୟା ଭାଳିଆପଡ଼ା ଦେଇ ଖଜୁରୀପଡ଼ା ସଂଯୋଗ ହୋଇଥିବା ରାସ୍ତାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଉନ୍ନତି କରଣ କରିବା ଓ ପ୍ରତି ଗାଁ ଭିତରେ ରାସ୍ତା କଢ଼ରେବିଦ୍ୟୁତ ଲାଇଟ ଲଗାଇବାକୁ ଦାବୀ ଉଠିଛି I ଏସବୁର ପ୍ରଶାସନଙ୍କ ନିକଟରେ ଦୃଷ୍ଟି ଆକର୍ଷଣ ପାଇଁ ଗଠନ କରାଯାଇଛି ୧୫ଜଣ ମହିଳା ଓ ୧୫ ଜଣ ପୁରୁଷଙ୍କୁ ନେଇ ୩୦ ଜଣିଆ ମାଁ ଲକ୍ଷ୍ମୀ ବିକାଶ କମିଟି I ଏହି କମିଟିର ସଭାପତି ଭାବେ ସମାଜସେବୀ ବୈଦ୍ୟନାଥ ବେହେରାଙ୍କୁ ନିର୍ବାଚିତ କରାଯାଇଛି I ହେଲେ ବୁଧବାର ଦିନ କୋଭିଡ ନିୟମକୁ ମାନି ସମସ୍ତେ ମାକ୍ସ ବିବାହାର କରି ସାମାଜିକ ଦୂରତା ରକ୍ଷାକରି ୯ ଖଣ୍ଡ ମୌଜା ବାସୀ ତଥା ୩୦ ଜଣିଆ କମିଟି ମିଳିତରେ ପ୍ରଶାସନ ସହିତ ବୈଠକ ବସିଥିଲା I ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର, ସମ୍ନାନିତ ଅତିଥି ଭାବେ ସରପଞ୍ଚ ସୁନିତା ଯାନୀ, ବିଡିଓ ରବୀନ୍ଦ୍ରନାଥ କହଁର, ଜିପିଓ ସୋନମ ବେହେରା, ପାନୀୟଜଳ ଯୋଗାଣ ଯନ୍ତ୍ରୀ ମନୋଜ କୁମାର ଦାସ, ଖାଦ୍ୟ ଯୋଗାଣ ଅଧିକାରୀ ସମରେଶ ଦାସ, ଗଣମାଧ୍ୟମ ପ୍ରତିନିଧି ବିଦୁର ବେହେରା ପ୍ରମୂଖ ଯୋଗଦେଇ ଉପସ୍ଥିତ ଥିଲେ I ଗଠନ ହୋଇଥିବା ମାଁ ଲକ୍ଷ୍ମୀ ବିକାଶ ୩୦ ଜଣିଆ କମିଟି ସଦସ୍ୟମାନଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ନୂତନ ବସ୍ତ୍ରରେ ସମ୍ନାନିତ କରି ସମ୍ବର୍ଦ୍ଧନା ଦିଆଯାଇଥିଲା I ଏସବୁ ଗାଁ ଗୁଡ଼ିକ ଫୁଲବାଣୀ ଠାରୁ ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ଶେଷ ସୀମାରେ ଅବସ୍ଥିତ I ବୈଠକରେ ସମସ୍ତ ଦାବୀ ଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ନିଜ ନିଜର ମତାମତ ଉପସ୍ଥାପନ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବାକୁ ପ୍ରତିସୁତି ଦେଇଥିଲେ I ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସାଙ୍ଗ କରାଯାଇଥିଲା।

Related news

Skip to toolbar